କରୋନା ଅପଡେଟ୍: ଦେଶରେ ୧,୧୫୦ ନୂଆ ମାମଲା

ନୂଆଦିଲ୍ଲୀ : ଭାରତରେ ଗୋଟିଏ ଦିନରେ କୋଭିଡ-୧୯ ର ୧,୧୫୦ ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏହା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୪୨,୦୯୭ କୁ ବୃଦ୍ଧି ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ତଥ୍ୟରେ ଏହି ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ଚିକିତ୍ସାଧୀନ ରୋଗୀଙ୍କ ରୋଗୀଙ୍କ ସଂଖ୍ୟା ୧୧,୫୫୮ କୁ ବୃଦ୍ଧି ପାଇଛି।

ଶନିବାର ଦିନ ସକାଳ ୮ ଟାରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ ମହାମାରୀରୁ ମୃତ୍ୟୁ ସଂଖ୍ୟା ୫,୨୧,୭୫୧ କୁ ବୃଦ୍ଧି ପାଇଛି।

ମନ୍ତ୍ରଣାଳୟ କହିଛି ଯେ ଦେଶରେ ସକ୍ରିୟ ତଥା ଚିକିତ୍ସାଧୀନ ରୋଗୀଙ୍କ ରୋଗୀଙ୍କ ସଂଖ୍ୟା ମୋଟ ମାମଲାର ମାତ୍ର ୦.୦୩ ପ୍ରତିଶତ ହୋଇଥିବାବେଳେ ଜାତୀୟ ସଂକ୍ରମଣମୁକ୍ତ ହାର ୯୮.୭୬ ପ୍ରତିଶତ ରହିଛି। ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟାରେ ୧୯୨ ବୃଦ୍ଧି ଘଟିଛି।

ତଥ୍ୟ ଅନୁଯାୟୀ, ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ୪,୨୫,୦୮,୭୮୮ କୁ ବୃଦ୍ଧି ପାଇଥିବାବେଳେ ସଂକ୍ରମଣ ଜନିତ ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି। ମନ୍ତ୍ରଣାଳୟ କହିଛି ଯେ ଏପର୍ଯ୍ୟନ୍ତ ଭାରତରେ ୧୮୬.୫୧ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି।

Comments are closed.