କରୋନା ଅପଡେଟ୍: ଦୈନିକ ସଂକ୍ରମଣ ୧୦ ହଜାର ପାର୍, ଗତ ୨୪ ଘଣ୍ଟାରେ ୧୨,୨୧୩ ନୂଆ ମାମଲା

ନୂଆଦିଲ୍ଲୀ: ଚତୁର୍ଥ ଲହର ଭୟ ମଧ୍ୟରେ ଭାରତରେ ନୂଆ କରୋନା ମାମଲା ବଢ଼ିବାରେ ଲାଗିଛି । ଦେଶରେ ଦୈନିକ ସଂକ୍ରମଣ ୧୦ ହଜାର ଟପିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୨,୨୧୩ ନୂଆ ମାମଲା ରିପୋର୍ଟ ହୋଇଛି, ଯାହା ଗତକାଲି ତୁଳନାରେ ୩୬% ଅଧିକ। ତିନି ମାସ ମଧ୍ୟରେ ଏହା ସର୍ବାଧିକ । ସକ୍ରିୟ ମାମଲା ସଂଖ୍ୟା ୬୦ ହଜାର ଆଡ଼କୁ ମୁହାଁଉଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ଆଉ ୧୧ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି।

ଦିନକରେ କରୋନାରୁ ଆଉ ୭୬୨୪ ଜଣ ଲୋକ ସୁସ୍ଥ ହୋଇଛନ୍ତି । ନୂଆ ମାମଲାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୨,୫୭,୭୩୦ରେ ପହଞ୍ଚିଛି। ଏହି ରୋଗରୁ ଏଯାବତ୍ ୪,୨୬,୭୪,୭୧୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି। କରୋନା କାରଣରୁ ବର୍ତ୍ତମାନ ସୁଦ୍ଧା ୫,୨୪,୮୦୩ ଜଣଙ୍କ ମୃତ୍ୟୁ ହୋଇଛି। ଭାରତରେ ଟିକାକରଣ ମଧ୍ୟ ଦ୍ରୁତ ଗତିରେ ଚାଲିଛି । ଏପର୍ଯ୍ୟନ୍ତ ସମୁଦାୟ ୧,୯୫,୬୭,୩୭,୦୧୪ ଟିକା ଡୋଜ୍ ଦିଆଯାଇଛି।

Comments are closed.