କରୋନା ଅପଡେଟ୍: ଦେଶରେ ଆଉ ୧୨,୨୪୯ ନୂଆ ମାମଲା

ନୂଆଦିଲ୍ଲୀ : ଦେଶରେ କରୋନାର ଆଉ ୧୨,୨୪୯ ନୂଆ ମାମଲା ଆସିଛି । ଏହା ସହିତ ମୋଟ କରୋନା ମାମଲା ୪,୩୩,୩୧,୬୪୫ କୁ ବୃଦ୍ଧି ପାଇଛି । ଆଉ ୧୩ ଜଣ ରୋଗୀଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫,୨୪,୯୦୩ରେ ପହଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ବୁଧବାର ସକାଳ ୮ ଟା ପର୍ୟ୍ୟନ୍ତ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୨,୩୦୦ ବୃଦ୍ଧି ଯୋଗୁଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୮୧,୬୮୭ କୁ ବୃଦ୍ଧି ପାଇଛି।

ମନ୍ତ୍ରଣାଳୟର କହିବାନୁସାରେ, ଚିକିତ୍ସିତ ହେଉଥିବା ମାମଲାଗୁଡ଼ିକ ସମୁଦାୟ ସଂକ୍ରମଣର ୦.୧୯ ପ୍ରତିଶତ ଅଟେ । କୋଭିଡ -୧୯ ରୁ ଜାତୀୟ ଆରୋଗ୍ୟ ହାର ହେଉଛି ୯୮.୬୦ ପ୍ରତିଶତ । ଏପର୍ଯ୍ୟନ୍ତ ୪,୨୭,୨୫,୦୫୫ ଲୋକ ସୁସ୍ଥ ହୋଇଛନ୍ତି। ସଂକ୍ରମଣରୁ ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି ।

ଦେଶବ୍ୟାପୀ କୋଭିଡ୍-୧୯ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୯୬.୪୫ କୋଟି ଡୋଜ୍ ଟିକା ଦିଆଯାଇଛି।

Comments are closed.