କରୋନା ଅପଡେଟ୍: ଦେଶରେ ୧,୨୪୭ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ମାମଲାରେ ୪୨% ହ୍ରାସ ଘଟିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଆଉ ୧,୨୪୭ ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏହାପୂର୍ବରୁ ସୋମବାର ଭାରତରେ ୨୧୮୩ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିଲା। ଅର୍ଥାତ୍ ଦେଶରେ କରୋନା ମାମଲାରେ ୪୩ ପ୍ରତିଶତ ହ୍ରାସ ପଞ୍ଜିକୃତ ହୋଇଛି।

ସୋମବାର କରୋନା ମାମଲା ୯୦ ପ୍ରତିଶତରୁ ଅଧିକ ବୃଦ୍ଧି ରେକର୍ଡ କରାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମଙ୍ଗଳବାର ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଭାରତରେ ସମୁଦାୟ କୋଭିଡ-୧୯ ମାମଲା ୪,୩୦,୪୫,୫୨୭ କୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ମାମଲା ୧୧,୮୬୦ କୁ ବୃଦ୍ଧି ପାଇଛି। ଦେଶରେ କରୋନା କାରଣରୁ ଏପର୍ଯ୍ୟନ୍ତ ୫,୨୧,୯୬୬ ଲୋକଙ୍କର ମୃତ୍ୟୁ ହୋଇଛି ।

Comments are closed.