କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଆଉ ୧୨,୮୪୭ ନୂଆ ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ମାମଲା ୬୦ ହଜାର ପାର୍

ନୂଆଦିଲ୍ଲୀ: କ୍ରମାଗତ ଦ୍ବିତୀୟ ଦିନ ପାଇଁ ଦେଶରେ କରୋନାର ଦୈନିକ ସଂକ୍ରମଣ ୧୨ ହଜାର ଟପିଛି । ଗତ ୨୪ ଘଣ୍ଟାରେ ଆଉ ୧୨,୮୪୭ ନୂଆ ମାମଲା ରିପୋର୍ଟ ହୋଇଛି। ଗୁରୁବାର ଦେଶରେ ୧୨,୨୧୩ ଟି ମାମଲା ଆସିଥିଲା । କରୋନା ଯୋଗୁଁ ଆଉ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ପଟେ ସକ୍ରିୟ ମାମଲା ୬୩,୦୬୩ କୁ ବୃଦ୍ଧି ପାଇଛି ।

ନୂଆ ମାମଲା ବ୍ୟତୀତ ସଂକ୍ରମଣ ହାର ତଥା ପଜିଟିଭିଟି ରେଟ୍ ଏବଂ ସକ୍ରିୟ ମାମଲା ମଧ୍ୟ ବୃଦ୍ଧି ପାଉଛି । ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୬୩,୦୬୩ କୁ ବୃଦ୍ଧି ପାଇଛି। ଅନ୍ୟ ପଟେ ଦେଶରେ ମୋଟ ସଂକ୍ରମଣ ୪ କୋଟି ୩୨ ଲକ୍ଷ ୭୦ ହଜାର ୫୭୭ ରେ ପହଞ୍ଚିଛି। ଏହାଛଡ଼ା କରୋନା ଅବଧି ଆରମ୍ଭରୁ ଦେଶରେ ଏହି ଭୂତାଣୁ ଯୋଗୁଁ ୫ ଲକ୍ଷ ୨୪ ହଜାର ୮୧୭ ଲୋକ ପ୍ରାଣ ହରାଇଛନ୍ତି । ଭାରତରେ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ସମୁଦାୟ ୧,୯୫,୮୪,୦୩,୪୭୧ ଟିକା ଡୋଜ୍ ଦିଆଯାଇଛି।

Comments are closed.