କରୋନା ଅପଡେଟ୍: ଦେଶରେ ଆଉ ୧,୩୨୬ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ କୋଭିଡ-୧୯ର ଆଉ ୧,୩୨୬ ନୂଆ ମାମଲା ଆସିଛି । ଏଥିସହ ଦେଶରେ ମୋଟ ସଂକ୍ରମଣ ମାମଲା ୪,୪୬,୫୩,୫୯୨ କୁ ବୃଦ୍ଧି ପାଇଥିବାବେଳେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୭,୯୧୨କୁ ହ୍ରାସ ପାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୋମବାର ସକାଳ ୮ ଟା ସୁଦ୍ଧା ଜାରି ତଥ୍ୟ ଅନୁଯାୟୀ କୋଭିଡ୍ ଯୋଗୁଁ ଆଉ ୮ ଜଣ ରୋଗୀଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୯,୦୨୪ କୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟା ସମୁଦାୟ ସଂକ୍ରମଣର ୦.୦୪ ପ୍ରତିଶତ ହୋଇଥିବାବେଳେ କୋଭିଡ-୧୯ ରୁ ଜାତୀୟ ଆରୋଗ୍ୟ ହାର ୯୮.୭୮ ପ୍ରତିଶତକୁ ବୃଦ୍ଧି ପାଇଛି।

ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ଦୈନିକ ସଂକ୍ରମଣ ହାର ୧.୫୯ ପ୍ରତିଶତ ଥିବାବେଳେ ସାପ୍ତାହିକ ହାର ୧.୦୮ ପ୍ରତିଶତରେ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ କୋଭିଡ-୧୯ ରୁ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୪,୪୧,୦୬,୬୫୬ କୁ ବୃଦ୍ଧି ପାଇଥିବାବେଳେ ମୃତ୍ୟୁ ହାର ୧.୧୮ ପ୍ରତିଶତରେ ରେକର୍ଡ କରାଯାଇଛି। ସାରା ଦେଶରେ କୋଭିଡ୍-୧୯ ଟିକାକରଣ ଅଭିଯାନ ଅଧୀନରେ ଭାରତରେ ଏପର୍ଯ୍ୟନ୍ତ ୨୧୯.୬୩ କୋଟି ଡୋଜ୍ ଟିକା ଦିଆଯାଇଛି।

Comments are closed.