କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୧୩,୬୧୫ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୧୩,୬୧୫ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏହା ପରେ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୩୬,୫୨,୯୪୪କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୩୧,୦୪୩ରେ ପହଞ୍ଚିଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ମଙ୍ଗଳବାର ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଭାରତରେ ମୃତ୍ୟୁ ସଂଖ୍ୟା ୫,୨୫,୪୭୪ କୁ ବୃଦ୍ଧି ପାଇଛି। ଦେଶରେ କୋଭିଡ-୧୯ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୩୧,୦୪୩ କୁ ବୃଦ୍ଧି ପାଇଛି, ଯାହାକି ମୋଟ ରୋଗର ୦.୩୦ ପ୍ରତିଶତ। କୋଭିଡରୁ ଜାତୀୟ ଆରୋଗ୍ୟ ହାର ୯୮.୫୦ ପ୍ରତିଶତ ରହିଛି ।

Comments are closed.