କରୋନା ଅପଡେଟ୍: ଦେଶରେ ୧୩,୭୩୪ ନୂଆ ମାମଲା, ୨୭ ମୃତ

ନୂଆଦିଲ୍ଲୀ: ଭାରତରେ ଦିନକରେ ୧୩,୭୩୪ କରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ କୋଭିଡ୍ ମାମଲା ୪,୪୦,୫୦,୦୦୯ କୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୩୯,୭୯୨କୁ ଖସି ଆସିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ମଙ୍ଗଳବାର ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ କୋଭିଡ୍ ଯୋଗୁଁ ଆଉ ୨୭ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୬,୪୩୦କୁ ବୃଦ୍ଧି ପାଇଛି। ଦେଶରେ କୋଭିଡ-୧୯ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୩୯,୭୯୨ କୁ ହ୍ରାସ ପାଇଛି, ଯାହାକି ମୋଟ ମାମଲାର ୦.୩୨ ପ୍ରତିଶତ । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୪,୧୯୭ ହ୍ରାସ ଘଟିଛି । ରୋଗୀଙ୍କ ଜାତୀୟ ସୁସ୍ଥତା ହାର ୯୮.୪୯ ପ୍ରତିଶତ।

Comments are closed.