କରୋନା ଅପଡେଟ୍: ଦିନକରେ ୧,୪୨୧ ନୂଆ ମାମଲା, ୧୪୯ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ମାମଲାରେ ତଳମୁହାଁ ଧାରା ଜାରି ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ରବିବାରର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୧,୪୨୧ କରୋନା ମାମଲା ରିପୋର୍ଟ ହୋଇଛି। ଦିନକରେ ୧୪୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ​ ୧,୮୨୬ ଜଣ ସୁସ୍ଥ ହୋଇଛନ୍ତି। ସବୁଠୁ ବଡ କଥା ହେଉଛି ବର୍ତ୍ତମାନ ଦେଶରେ ମାତ୍ର ୧୬,୧୮୭ ସକ୍ରିୟ ମାମଲା ରହିଛି। ମହାମାରୀ ଆରମ୍ଭରୁ ସୁସ୍ଥ ହୋଇଥିବା ମୋଟ ରୋଗୀଙ୍କ ସଂଖ୍ୟା ୪.୨୪ କୋଟି (୪,୨୪,୮୨,୨୬୨) କୁ ବୃଦ୍ଧି ପାଇଛି।

ମୋଟ ମାମଲା: ୪,୩୦,୧୯,୪୫୩
ସକ୍ରିୟ ମାମଲା: ୧୬,୧୮୭
ମୋଟ ସୁସ୍ଥ: ୪,୨୪,୮୨,୨୬୨
ମୋଟ ମୃତ୍ୟୁ: ୫,୨୧,୦୦୪
ମୋଟ ଟିକାକରଣ: ୧,୮୩,୨୦,୧୦,୦୩୦

Comments are closed.