ଭାରତରେ ବେକାବୁ କରୋନା, ଦିନକରେ ଆଉ ୧,୫୯,୬୩୨ ଆକ୍ରାନ୍ତ ଚିହ୍ନଟ, ସକ୍ରିୟ ମାମଲା ୫ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ କରୋନା ମହାମାରୀର ଗତି ବେକାବୁ ହେବାରେ ଲାଗିଛି। ଓମିକ୍ରନ୍ ମାମଲା ମଧ୍ୟ ବିପଜ୍ଜନକ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ଏକ ଲକ୍ଷ ୫୯ ହଜାର ୬୩୨ ନୂଆ ମାମଲା ରିପୋର୍ଟ ହୋଇଛି। ଦିନକରେ ଆଉ ୩୨୭ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନାର ଓମିକ୍ରନ୍ ଭାରିଆଣ୍ଟର ୩୬୨୩ ମାମଲା ଚିହ୍ନଟ ହୋଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୫ ଲକ୍ଷ ୯୦ ହଜାର ୬୧୧ କୁ ବୃଦ୍ଧି ପାଇଛି । ଅନ୍ୟପକ୍ଷରେ ଏହି ମହାମାରୀରେ ଏଯାବତ୍ ୪ ଲକ୍ଷ ୮୩ ହଜାର ୭୯୦ ଲୋକ ପ୍ରାଣ ହରାଇଛନ୍ତି । ତଥ୍ୟ ଅନୁଯାୟୀ, ଗତକାଲି ୪୦ ହଜାର ୮୬୩ ଲୋକ ଆରୋଗ୍ୟ ଲାଭ କରିଥିଲେ, ଯାହା ପରେ ଏପର୍ଯ୍ୟନ୍ତ ୩ କୋଟି ୪୪ ଲକ୍ଷ ୫୩ ହଜାର ୬୦୩ ଲୋକ ସୁସ୍ଥ ହୋଇସାରିଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୫୧ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ଆଉ ୮୯ ଲକ୍ଷ ୨୮ ହଜାର ୩୧୬ ଡୋଜ ଦିଆଯାଇଥିଲା ।

Comments are closed.