ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬,୬୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ଆଉ ୧୪,୬୨୯ ରୋଗୀ ସୁସ୍ଥ ବି ହୋଇଛନ୍ତି। ଦେଶରେ ଏଯାବତ୍ ମୋଟ ୪,୨୯,୮୩,୧୬୨ ରୋଗୀ କୋଭିଡରୁ ସୁସ୍ଥ ହୋଇଛନ୍ତି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ବର୍ତ୍ତମାନ ପର୍ଯ୍ୟନ୍ତ ଭାରତରେ ୪ କୋଟି ୩୬ ଲକ୍ଷ ୨୨ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। ସମ୍ପ୍ରତି ସକ୍ରିୟ ମାମଲା ୧,୩୦,୭୧୩କୁ ବୃଦ୍ଧି ପାଇଛି, ଯାହା ମୋଟ ମାମଲାର ୦.୩୦ ପ୍ରତିଶତ ଅଟେ । ବର୍ତ୍ତମାନର ସୁସ୍ଥ ହାର ହେଉଛି ୯୮.୫୦ ପ୍ରତିଶତ । କରୋନାରେ ଏଯାବତ୍ ମୋଟ ୫,୨୫,୪୨୮ ଜଣଙ୍କର ମୃତ୍ୟୁ ହୋଇଛି।
ସାରା ଦେଶରେ ଏପର୍ଯ୍ୟନ୍ତ ମୋଟ ୧୯୮.୮୮ କୋଟି ଟିକା ଡୋଜ୍ ଦିଆଯାଇଛି। ଦେଶରେ ଦୈନିକ ପଜିଟିଭିଟି ହାର ବର୍ତ୍ତମାନ ୫.୯୯ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ୪.୧୮ ପ୍ରତିଶତ ରହିଛି।
Comments are closed.