ସଂକ୍ରମଣ ପୁଣି ଉପରମୁହାଁ, ଦିନକରେ ଆସିଲା ଆଉ ୧୬, ୭୬୪ ମାମଲା, ଓମିକ୍ରନ୍ ରୋଗୀଙ୍କ ସଂଖ୍ୟା ୧୨୭୦କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନା ମାମଲା ପୁଣି ଥରେ ଉପରମୁହାଁ ହେବାରେ ଲାଗିଛି। ଏହା ସହିତ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ବିପଜ୍ଜନକ ଭାବେ ବୃଦ୍ଧି ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬, ୭୬୪ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଏହି ରୋଗରେ ଆଉ ୨୨୦ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଛି। ଦେଶରେ ବର୍ତ୍ତମାନ ଓମିକ୍ରନ୍ ମାମଲା ୧୨୭୦ରେ ପହଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୯୧ ହଜାର ୩୬୧କୁ ବୃଦ୍ଧି ପାଇଛି। ଏଥି ସହିତ, ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୪ ଲକ୍ଷ ୮୧ ହଜାର ୮୦ରେ ପହଞ୍ଚିଛି। ତଥ୍ୟ ଅନୁଯାୟୀ, ଦିନକରେ ଆଉ ୭୫୮୫ ଲୋକ ସୁସ୍ଥ ହୋଇଛନ୍ତି । କରୋନାରୁ ଏପର୍ଯ୍ୟନ୍ତ ୩ କୋଟି ୪୨ ଲକ୍ଷ ୬୬ ହଜାର ୩୬୩ ଲୋକ ସୁସ୍ଥ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ଗତ ୨୪ ଘଣ୍ଟାରେ ଆଉ ୬୬ ଲକ୍ଷ ୬୫ ହଜାର ୨୯୦ ଡୋଜ ଦିଆଯାଇଛି । ଫଳରେ ମୋଟ ଟିକାକରଣ ସଂଖ୍ୟା ୧୪୨ କୋଟି ୫୪ ଲକ୍ଷ ୧୬ ହଜାର ୭୧୪ରେ ପହଞ୍ଚିଛି ।

Comments are closed.