କରୋନା ଅପଡେଟ୍: କ୍ରମାଗତ ତୃତୀୟ ଦିନ ୨୦ ହଜାରରୁ ଉର୍ଦ୍ଧ୍ଵ ମାମଲା, ଆଉ ୫୬ ମୃତ

ନୂଆଦିଲ୍ଲୀ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୨୦ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଛି। ଏହା ସହିତ କୋଭିଡ ଯୋଗୁଁ ୫୬ ଜଣ ଲୋକ ମଧ୍ୟ ପ୍ରାଣ ହରାଇଛନ୍ତି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଆଜି ଭାରତରେ କୋଭିଡର ୨୦,୦୪୪ ନୂଆ ମାମଲା ରୁଜୁ ହୋଇଛି। କ୍ରମାଗତ ତୃତୀୟ ଦିନ ପାଇଁ ଦୈନିକ ସଂକ୍ରମଣ ୨୦ ହଜାର ଟପିଛି ।

ଆଉ ୫୬ ଜଣଙ୍କ ମୃତ୍ୟୁ ସହ ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୫,୬୬୦ରେ ପହଞ୍ଚିଛି। ବର୍ତ୍ତମାନ ଭାରତରେ କୋଭିଡର ଏକ ଲକ୍ଷରୁ ଅଧିକ (୧,୪୦,୭୬୦) ସକ୍ରିୟ ରୋଗୀ ଅଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୧,୬୮୭ ସକ୍ରିୟ ମାମଲା ବୃଦ୍ଧି ପାଇଛି । ବର୍ତ୍ତମାନ ଦେଶରେ କୋଭିଡରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ୯୮.୪୮ ପ୍ରତିଶତ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୮,୩୦୧ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି।

Comments are closed.