କରୋନା ଅପଡେଟ୍: ଦେଶରେ ଗତ ୨୪ ଘଣ୍ଟାରେ ୨୧,୮୮୦ ନୂଆ ମାମଲା, ୬୦ ମୃତ

ନୂଆଦିଲ୍ଲୀ: ଭାରତରେ ଗତ ୨୪ ଘଣ୍ଟାରେ ୨୧,୮୮୦ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୩୮,୪୭,୦୬୫ କୁ ବୃଦ୍ଧି ପାଇଛି। ସକ୍ରିୟ ରୋଗୀଙ୍କ ସଂଖ୍ୟା ମଧ୍ୟ ୧,୪୯,୪୮୨କୁ ବୃଦ୍ଧି ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଶୁକ୍ରବାର ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ କୋଭିଡ୍ ଯୋଗୁଁ ଦେଶରେ ଆଉ ୬୦ ଜଣ ପ୍ରାଣ ହରାଇବା ପରେ ମୃତ୍ୟୁ ସଂଖ୍ୟା ୫,୨୫,୯୩୦କୁ ବୃଦ୍ଧି ପାଇଛି। ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୪୯,୪୮୨ କୁ ବୃଦ୍ଧି ପାଇଛି, ଯାହାକି ମୋଟ ମାମଲାର ୦.୩୪ ପ୍ରତିଶତ । ଗତ ୨୪ ଘଣ୍ଟା କୋଭିଡରୁ ଜାତୀୟ ଆରୋଗ୍ୟ ହାର ୯୮.୪୬ ପ୍ରତିଶତ ରହିଛି।

Comments are closed.