କରୋନା ଅପଡେଟ୍: ଦେଶରେ ୨,୨୦୮ ନୂଆ ମାମଲା

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମଣର ୨,୨୦୮ ନୂଆ ମାମଲା ଆସିଛି । ଏଥିସହ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୬,୪୯,୦୮୮ କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷରେ ସକ୍ରିୟ ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୧,୬୦୭ ରୁ ୧୯,୩୯୮ କୁ ହ୍ରାସ ପାଇଛି।

ତଥ୍ୟ ଅନୁଯାୟୀ, କୋଭିଡ୍-୧୯ ଯୋଗୁଁ ଭାରତରେ ଆଉ ୧୨ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଦେଶରେ ମୋଟ କୋଭିଡ୍ ମୃତ୍ୟୁ ସଂଖ୍ୟା ୫,୨୮,୯୯୯ କୁ ବୃଦ୍ଧି ପାଇଛି।

ଦେଶରେ ଚିକିତ୍ସାଧୀନ କୋଭିଡ୍ ରୋଗୀଙ୍କ ସଂଖ୍ୟା ୧୯,୩୯୮ କୁ ହ୍ରାସ ପାଇଛି, ଯାହା ମୋଟ ରୋଗର ୦.୦୪ ପ୍ରତିଶତ। ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧,୪୨୩ ହ୍ରାସ ପାଇଛି। ଏଥି ସହିତ ରୋଗୀମାନଙ୍କର ଜାତୀୟ ସୁସ୍ଥତା ହାର ୯୮.୭୭ ପ୍ରତିଶତକୁ ବୃଦ୍ଧି ପାଇଛି।

ଦେଶରେ ଦୈନିକ ସଂକ୍ରମଣ ହାର ୧.୫୫ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୧.୧୨ ପ୍ରତିଶତ ରହିଛି। ବର୍ତ୍ତମାନ ସୁଦ୍ଧା ଦେଶରେ ମୋଟ ୪,୪୧,୦୦,୬୯୧ ଲୋକ ସଂକ୍ରମଣମୁକ୍ତ ହୋଇଥିବାବେଳେ କୋଭିଡ -୧୯ ରୁ ମୃତ୍ୟୁ ହାର ୧.୧୮ ପ୍ରତିଶତ ରହିଛି। ଏଥି ସହିତ ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୧୯.୬୦ କୋଟି କୋଭିଡ ଟିକା ଦିଆଯାଇଛି।

Comments are closed.