କରୋନା ଅପଡେଟ୍: ଦେଶରେ ୨,୨୫୯ ଟି ନୂଆ ମାମଲା, ୨୦ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କମିବାରେ ଲାଗିଛି। ଦୈନିକ ମାମଲାରେ ୪.୪ ପ୍ରତିଶତ ହ୍ରାସ ଘଟିଛି । ଗତ ୨୪ ଘଣ୍ଟାରେ ଦେଶରେ ୨,୨୫୯ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଦେଶରେ ବର୍ତ୍ତମାନ ୧୫,୦୦୪ ସକ୍ରିୟ ମାମଲା ରହିଛି। ଏଥି ସହିତ ଗତ ୨୪ ଘଣ୍ଟାରେ ସାରା ଦେଶରେ କୋଭିଡ୍-୧୯ ଯୋଗୁଁ ୨୦ ଜଣଙ୍କର ମୃତ୍ୟୁ ହୋଇଛି। ଦିନକରେ ଆଉ ୧୫,୧୨,୭୬୬ ଡୋଜ୍ କୋଭିଡ୍-୧୯ ଟିକା ଦିଆଯାଇଛି । ଦେଶରେ ଏଯାବତ୍ ୧୯୧,୯୬,୩୨,୫୧୮ ଡୋଜ୍ ଟିକା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ୩୭୫ ସକ୍ରିୟ ମାମଲା କମିଛି ଏବଂ ୨୬୧୪ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ମୋଟ ୪,୨୫,୯୨,୪୫୫ ଲୋକ କରୋନାକୁ ମାତ୍ ଦେଇଛନ୍ତି ।

ଗତକାଲି ଭାରତରେ କୋଭିଡ୍-୧୯ ମାମଲାରେ ୨୯.୨ ପ୍ରତିଶତ ବୃଦ୍ଧି ଘଟିଥିଲା। ଗତକାଲି ଦେଶରେ ୨,୩୬୪ ମାମଲା ରିପୋର୍ଟ ହୋଇଥିଲା ଏବଂ ୧୦ ଜଣଙ୍କର ମୃତ୍ୟୁ ହୋଇଥିଲା ।

Comments are closed.