କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ୨୬,୦୪୧ ନୂଆ ମାମଲା, ୨୭୬ ମୃତ, ତିନି ଲକ୍ଷ ତଳକୁ ଖସିଲା ସକ୍ରିୟ ମାମଲା

ନୂଆଦିଲ୍ଲୀ: ଗତ କିଛି ଦିନ ହେଲା ଦେଶରେ କରୋନା ଗ୍ରାଫ୍ ତଳକୁ ଖସିବାରେ ଲାଗିଛି | ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬,୦୪୧ ଟି କରୋନା ମାମଲା ଦେଖିବାକୁ ମିଳିଛି। ଦିନକରେ ୨୯,୬୨୧ ଲୋକ ଆରୋଗ୍ୟ ଲାଭ କରିଥିବା ବେଳେ ୨୭୬ ଲୋକ ପ୍ରାଣ ହରାଇଛନ୍ତି ।

ଦେଶରେ ସୁସ୍ଥତା ହାର ୯୭.୭୮% ରହିଛି। ଦେଶରେ ସକ୍ରିୟ ମାମଲା ମଧ୍ୟ ୨,୯୯,୬୨୦କୁ ଖସି ଆସିଛି। ସକ୍ରିୟ ମାମଲା ୧୯୧ ଦିନ ପରେ ସର୍ବନିମ୍ନ ସ୍ତରକୁ ପହଞ୍ଚିଛି ।

କ୍ରମାଗତ ତୃତୀୟ ଦିନ ପାଇଁ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଆଜି ୩୦ ହଜାରକୁ ଖସି ଆସିଛି। ଗତ କିଛି ଦିନ ହେବ କରୋନା ଜୀବାଣୁ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୩୦ ରୁ ୪୦ ହଜାର ମଧ୍ୟରେ ରେକର୍ଡ କରାଯାଉଛି। ଏହି ପରିସଂଖ୍ୟାନ ଦେଖିବା ପରେ ବିଶେଷଜ୍ଞମାନେ ତୃତୀୟ ଲହରୀର ଚେତାବନୀ ଦେଇଛନ୍ତି। ବିଶେଷଜ୍ଞମାନେ କହିଛନ୍ତି ଯେ ଯଦିଓ ବର୍ତ୍ତମାନ କରୋନା ସ୍ଥିତିରେ ସୁଧାର ଆସୁଛି, କିନ୍ତୁ ଏହି‌ ସଂଖ୍ୟା ଯେକୌଣସି ସମୟରେ ବଢିପାରେ।

ଶନିବାର ଦିନ ସବୁଠାରୁ ଅଧିକ ପ୍ରଭାବିତ କେରଳରେ ୧୫.୯୫୧ଟି ନୂଆ ମାମଲା ହୋଇଥିବାବେଳେ ୧୬୫ ଜଣ ପ୍ରାଣ ହରାଇଛନ୍ତି।

Comments are closed.