କରୋନା ଅପଡେଟ୍: ଦୈନିକ ମାମଲାରେ ୨୩.୭ ପ୍ରତିଶତ ବୃଦ୍ଧି, ଗତ ୨୪ ଘଣ୍ଟାରେ ୨,୬୨୮ ନୂଆ ମାମଲା

ନୂଆଦିଲ୍ଲୀ:ଭାରତରେ ଗତ ୨୪ ଘଣ୍ଟାରେ ୨,୬୨୮ ନୂଆ କରୋନା ମାମଲା ରୁଜୁ ହୋଇଛି । ଦୈନିକ ମାମଲାରେ ୨୩.୭ ପ୍ରତିଶତ ବୃଦ୍ଧି ହୋଇଛି । କରୋନା ଯୋଗୁଁ ଆଉ ୧୮ ଜଣ ପ୍ରାଣ ହରାଇଛନ୍ତି । ଏହା ସହ ଦେଶରେ କୋଭିଡ୍ ରୁ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୫୨୫ ରେ ପହଞ୍ଚିଛି। ଅନ୍ୟପକ୍ଷରେ ଏପର୍ଯ୍ୟନ୍ତ ସମୁଦାୟ ୪,୨୬,୦୪,୮୮୧ ଲୋକ କରୋନାକୁ ମାତ୍ ଦେଇଛନ୍ତି। ଦିନକରେ ୨,୧୬୭ ଜଣ ଲୋକ ଏହି ରୋଗରୁ ସୁସ୍ଥ ହୋଇଛନ୍ତି ।

ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୫,୪୧୪ ରେ ପହଞ୍ଚିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ଦେଶରେ ଆଉ ୧୩,୧୩,୬୮୭ ଟିକା ଦିଆଯାଇଛି। ଏପର୍ଯ୍ୟନ୍ତ ସମୁଦାୟ ୧,୯୨,୮୨,୦୩,୫୫୫ ଟିକା ଦିଆଯାଇଛି।

Comments are closed.