କୋଭିଡ୍-୧୯ ଅପଡେଟ୍: ଦେଶରେ ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି, ଦିନକରେ ଆସିଲା ଏତିକି ମାମଲା

ନୂଆଦିଲ୍ଲୀ: ଦେଶରେ ସମ୍ଭାବ୍ୟ ନୂଆ କୋଭିଡ୍ ଲହର ବିପଦ ମଧ୍ୟରେ ଦୈନିକ ସଂକ୍ରମଣରେ ସାମାନ୍ୟ ବୃଦ୍ଧି ଘଟିଛି । ଗତ ୨୪ ଘଣ୍ଟାରେ ଭାରତରେ କରୋନାର ୨୬୮ ନୂଆ ମାମଲା ରିପୋର୍ଟ ହୋଇଛି। ଏହାପୂର୍ବରୁ ମଙ୍ଗଳବାର ଦିନ ୧୮୮ଟି ମାମଲା ଆସିଥିଲା।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦିନକରେ ଦୁଇ ଲକ୍ଷ ୩୬ ହଜାରରୁ ଅଧିକ ନମୁନା ପରୀକ୍ଷଣ କରାଯାଇଥିଲା |

ନୂଆ କୋଭିଡ୍ ସଂକ୍ରମିତଙ୍କୁ ମିଶାଇ ଦେଶରେ ସକ୍ରିୟ ମାମଲା ୩୫୫୨ରେ ପହଞ୍ଚିଛି ।

ଦେଶରେ କରୋନା ଯୋଗୁଁ ଆଉ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି | ଏହା ସହିତ ଦେଶରେ ମୋଟ କୋଭିଡ୍ ମୃତ୍ୟୁ ୫,୩୦,୬୯୮କୁ ବୃଦ୍ଧି ପାଇଛି ।

ଦେଶରେ କରୋନାର ଦୈନିକ ସଂକ୍ରମଣ ହାର ୦.୧୧ ପ୍ରତିଶତ ଥିବା ବେଳେ ସାପ୍ତାହିକ ସଂକ୍ରମଣ ହାର ୦.୧୭ ପ୍ରତିଶତ ରହିଛି |

ଏଯାବତ୍ ଦେଶରେ ୧୧୦.୦୮ କୋଟି ଡୋଜ୍ ଟିକା ଦିଆଯାଇଛି ।

Comments are closed.