ଦୈନିକ ସଂକ୍ରମଣ ତିନି ଲକ୍ଷ ଟପିଲା, ଦେଶରେ ଆଉ ୩.୧୭ ଲକ୍ଷ ନୂଆ ମାମଲା, ପଜିଟିଭିଟି ରେଟ୍ ୧୬.୪୧%କୁ ବୃଦ୍ଧି

ନୂଆଦିଲ୍ଲୀ: ଦେଶରେ କରୋନାର ତୃତୀୟ ଲହର ଜନିତ ସଂକ୍ରମଣ ଭୟଙ୍କର ଭାବେ ବଢୁଛି । ଦୈନିକ ସଂକ୍ରମଣ ତିନି ଲକ୍ଷ ଟପିଛି । ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୧୭ ହଜାର ୫୩ ନୂଆ ମାମଲା ରିପୋର୍ଟ ହୋଇଛି । ଦିନକରେ ୪୯୧ ଜଣଙ୍କର ମୃତ୍ୟୁ ହୋଇଛି। ଆଠ ମାସ ପରେ ଦେଶରେ ଦୈନିକ ସଂକ୍ରମଣ ୩ ଲକ୍ଷ ଟପିଛି । ଶେଷଥର ପାଇଁ ମେ’ରେ ୩ ଲକ୍ଷ ଉପରେ ମାମଲା ଆସିଥିଲା । ଗୋଟିଏ ଦିନରେ ଦେଶରେ ଓମିକ୍ରନର ୯୨୮୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ଦେଶରେ ଦୈନିକ ପଜିଟିଭିଟି ରେଟ୍ ୧୬.୪୧%କୁ ବୃଦ୍ଧି ପାଇଛି |

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୧୯ ଲକ୍ଷ ୨୪ ହଜାର ୫୧କୁ ବୃଦ୍ଧି ପାଇଛି। ଏଥି ସହିତ ଏହି ମହାମାରୀରେ ଏଯାବତ୍ ମୋଟ ୪ ଲକ୍ଷ ୮୭ ହଜାର ୬୯୩ ଲୋକ ପ୍ରାଣ ହରାଇଛନ୍ତି । ତଥ୍ୟ ଅନୁଯାୟୀ, ଗତକାଲି ଦୁଇ ଲକ୍ଷ ୨୩ ହଜାର ୯୯୦ ଲୋକ ସୁସ୍ଥ ହୋଇଛନ୍ତି । ଏପର୍ଯ୍ୟନ୍ତ ୩ କୋଟି ୫୮ ଲକ୍ଷ ୭୦୨୯ ଲୋକ ସଂକ୍ରମଣମୁକ୍ତ ହୋଇଯାଇଛନ୍ତି।

ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୫୯ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଇଛି। ଗତକାଲି ୭୩ ଲକ୍ଷ ୩୮ ହଜାର ୫୯୨ ଡୋଜ ଦିଆଯାଇଥିଲା, ଯାହା ପରେ ମୋଟ ଟିକାକରଣ ସଂଖ୍ୟା ୧୫୯ କୋଟି ୬୭ ଲକ୍ଷ ୫୫ ହଜାର ୮୭୯କୁ ବୃଦ୍ଧି ପାଇଛି ।

Comments are closed.