ଦୈନିକ ସଂକ୍ରମଣ ସାମନ୍ୟ ହ୍ରାସ, ୨୪ ଘଣ୍ଟାରେ ୩.୩୭ ଲକ୍ଷ ମାମଲା ଚିହ୍ନଟ, ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଟପିଲା

ନୂଆଦିଲ୍ଲୀ: ଗତ ତିନି ଦିନ ଧରି ଦେଶରେ କରୋନାଭାଇରସର ଦୈନିକ ମାମଲା ୩ ଲକ୍ଷରୁ ଅଧିକ ଆସୁଛି। ଗତ ୨୪ ଘଣ୍ଟାରେ ଦେଶରେ ଆଉ ୩,୩୭,୭୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ତୁଳନାରେ କରୋନା ମାମଲାରେ ହ୍ରାସ ଘଟିଛି। ଗତକାଲି ୩,୪୭,୨୫୪ ଟି କରୋନା ମାମଲା ପଞ୍ଜିକୃତ ହୋଇଥିଲା। ଅନ୍ୟପଟେ ଦେଶରେ ଓମିକ୍ରନ୍ ସଂକ୍ରମଣ କ୍ରମାଗତ ବୃଦ୍ଧି ଘଟିଛି । ଦେଶରେ ଓମିକ୍ରନ୍‌ର ମୋଟ ମାମଲା ୧୦,୦୫୦ରେ ପହଞ୍ଚିଛି। ଗତକାଲି ତୁଳନାରେ ଓମିକ୍ରନ୍ ମାମଲାରେ ୩.୬୯ ପ୍ରତିଶତ ବୃଦ୍ଧି ଘଟିଛି।

ଦେଶରେ କରୋନା ମାମଲା ବୃଦ୍ଧି ପାଇବା ସହ କମ୍ ଲୋକ ସୁସ୍ଥ ହେବା କାରଣରୁ ସକ୍ରିୟ ମାମଲା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଗତ ୨୪ ଘଣ୍ଟା ମଧ୍ୟରେ, ସକ୍ରିୟ ମାମଲା ୨୧,୧୩,୩୬୫ କୁ ବୃଦ୍ଧି ପାଇଛି । ଦେଶରେ ସକ୍ରିୟ ମାମଲା ମୋଟ ମାମଲାର ୫.୪୩ ପ୍ରତିଶତରେ ପହଞ୍ଚିଛି। ବର୍ତ୍ତମାନ ଦେଶରେ ଆରୋଗ୍ୟ ହାର ୯୩.୩୧ ପ୍ରତିଶତକୁ ଖସି ଆସିଛି।

କରୋନାରୁ ଗତ ୨୪ ଘଣ୍ଟା ମଧ୍ୟରେ, ୨,୪୨,୬୭୬ ଲୋକ ସୁସ୍ଥ ହୋଇଛନ୍ତି, ଯାହା ପରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ମୋଟ ସଂଖ୍ୟା ୩,୬୩,୦୧,୪୮୨ କୁ ବୃଦ୍ଧି ପାଇଛି। ଏହା ସହିତ ଦେଶରେ ଦୈନିକ ପଜିଟିଭିଟି ହାର ୧୭.୨୨ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭିଟି ହାର ୧୬.୬୫ ପ୍ରତିଶତ ରେକର୍ଡ କରାଯାଇଛି ।

Comments are closed.