କରୋନା ଅପଡେଟ୍: ଦେଶରେ ଆଉ ୩୦,୭୭୩ ନୂଆ ମାମଲା, ୩୦୯ ମୃତ

ନୂଆଦିଲ୍ଲୀ: ଦେଶରେ ଦୈନିକ କରୋନା ମାମଲା ପୁଣି ୩୦ ହଜାର ଟପିଛି। ରବିବାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ୩୦,୭୭୩ ନୂଆ କରୋନା ମାମଲା ଆସିଛି ​​ଏବଂ ୩୦୯ ଲୋକ ପ୍ରାଣ ହରାଇଛନ୍ତି। ୩୮,୯୪୫ ଲୋକ ମଧ୍ୟ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଅର୍ଥାତ୍ ୮୪୮୧ ସକ୍ରିୟ ମାମଲା ହ୍ରାସ ପାଇଛି |
କରୋନା ମହାମାରୀ ଆରମ୍ଭରୁ ମୋଟ ତିନି କୋଟି ୩୩ ଲକ୍ଷ ୮୧ ହଜାର ଲୋକ ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୪ ଲକ୍ଷ ୪୪ ହଜାର ୨୪୮ ଜଣଙ୍କର ମୃତ୍ୟୁ ହୋଇଛି। ଏପର୍ଯ୍ୟନ୍ତ ୩ କୋଟି ୩୪ ଲକ୍ଷ ୪୮ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ଚାରି ଲକ୍ଷରୁ କମ୍ ରହିଛି। ସମୁଦାୟ ୩ ଲକ୍ଷ ୩୨ ହଜାର ୧୫୮ ଲୋକ ଏବେବି ଚିକିତ୍ସାଧୀନ ଅଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ସେପ୍ଟେମ୍ବର ୧୮ ପର୍ଯ୍ୟନ୍ତ ସାରା ଦେଶରେ ୮୦ କୋଟି ୪୩ ଲକ୍ଷ ୭୨ ହଜାର ଡୋଜ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଆଉ ୮୫.୪୨ ଲକ୍ଷ ଟିକା ଦିଆଯାଇଥିଲା। ଏଥି ସହିତ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ ୫୫.୨୩ କୋଟି କରୋନା ପରୀକ୍ଷା କରାଯାଇଛି। ଶେଷ ଦିନରେ ୧୫.୫୯ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ସଂକ୍ରମଣ ହାର ୩ ପ୍ରତିଶତରୁ କମ୍ ଅଟେ।

Comments are closed.