କରୋନା ଅପଡେଟ୍: ଗତ ୨୪ ଘଣ୍ଟାରେ ଦେଶରେ ୩୧୫୭ ନୂଆ ମାମଲା

ନୂଆଦିଲ୍ଲୀ: ଗତ କିଛି ଦିନ ହେବ ଦେଶରେ କରୋନା ସଂକ୍ରମଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ଚାରି ରୁ ପାଞ୍ଚ ଦିନ ଧରି ଲଗାତାର ୩୦୦୦ ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୩୧୫୭ ନୂଆ ମାମଲା ରିପୋର୍ଟ ହୋଇଛି । ସକ୍ରିୟ ମାମଲା ୧୯,୫୦୦ ଅତିକ୍ରମ କରିଛି ।

ସୋମବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ସଦ୍ୟତମ
ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ମହାମାରୀ ଯୋଗୁଁ ୨୬ ଜଣଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୭୨୩ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ଦେଶରେ ଆରୋଗ୍ୟ ହାର ୯୮.୭୪ ପ୍ରତିଶତ ଥିବାବେଳେ ମୃତ୍ୟୁ ହାର ୧.୨୨ ପ୍ରତିଶତ ରହିଛି। ଆଉ ୨୬ ଜଣଙ୍କ ମୃତ୍ୟୁ ସହିତ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୩,୮୬୯ ରେ ପହଞ୍ଚିଛି।

ଦେଶର ୨୦ ଟି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି। ରାଜଧାନୀ ଦିଲ୍ଲୀରେ କୋଭିଡ୍ ସ୍ଥିତି ସବୁଠାରୁ ଚିନ୍ତାଜନକ ଅଛି । ଦିଲ୍ଲୀରେ ଏହି ସପ୍ତାହରେ ୯୬୮୪ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ପୂର୍ବ ସପ୍ତାହ ତୁଳନାରେ ଜାତୀୟ ରାଜଧାନୀରେ ଏହି ସପ୍ତାହରେ ୫୩ ପ୍ରତିଶତ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସପ୍ତାହକ ମଧ୍ୟରେ ଦେଶରେ ରିପୋର୍ଟ ହୋଇଥିବା ମୋଟ କରୋନା ମାମଲାର ୪୩ ପ୍ରତିଶତ ଦିଲ୍ଲୀରୁ ହିଁ ଆସିଛି।

Comments are closed.