କରୋନା ଅପଡେଟ୍: ଦେଶରେ ଆଉ ୩୨୦୫ ନୂଆ ମାମଲା, ୩୧

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ର ଆଉ ୩୨୦୫ ନୂଆ ମାମଲା ରିପୋର୍ଟ ହୋଇଛି ‌। ଏଥିସହ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୩୦,୮୮,୧୧୮ କୁ ବୃଦ୍ଧି ପାଇଛି। ଏହି ସମୟରେ, ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମଧ୍ୟ ୧୯,୫୦୯ରେ ପହଞ୍ଚିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ବୁଧବାର ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ, କରୋନାରେ ଆଉ ୩୧ ଜଣଙ୍କ ମୃତ୍ୟୁ ହୋଇଛି । ଏହା ପରେ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫,୨୩,୯୨୦ କୁ ବୃଦ୍ଧି ପାଇଛି। ଏଥି ସହିତ ଦେଶରେ କୋଭିଡ -୧୯ର ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୯,୫୦୯ କୁ ବୃଦ୍ଧି ପାଇଛି, ଯାହା ମୋଟ ରୋଗର ୦.୦୫ ପ୍ରତିଶତ ଅଟେ। ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୩୭୨ ବୃଦ୍ଧି ପଞ୍ଜିକୃତ ହୋଇଛି। ଦେଶରେ ସୁସ୍ଥତା ହାର ହେଉଛି ୯୮.୭୪ ପ୍ରତିଶତ ।

ସଦ୍ୟତମ ତଥ୍ୟ ଅନୁଯାୟୀ, ସଂକ୍ରମଣର ଦୈନିକ ହାର ୦.୯୮ ପ୍ରତିଶତ ଏବଂ ସାପ୍ତାହିକ ହାର ହେଉଛି ୦.୭୬ ପ୍ରତିଶତ । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪,୨୫,୪୪,୬୮୯ ଲୋକ ସୁସ୍ଥ ହୋଇଛନ୍ତି ଏବଂ କୋଭିଡ -୧୯ ରୁ ମୃତ୍ୟୁ ହାର ୧.୨୨ ପ୍ରତିଶତ ରହିଛି। ଏଥି ସହିତ, ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୮୮.୪୮ କୋଟିରୁ ଅଧିକ ଡୋଜ୍ ଆଣ୍ଟି-କୋଭିଡ୍ -୧୯ ଟିକା ଦିଆଯାଇଛି।

Comments are closed.