କରୋନା ଅପଡେଟ୍: ଦେଶରେ ୪,୨୭୦ ନୂଆ ମାମଲା, ୧୫ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ସମଗ୍ର ଦେଶରେ ମୋଟ ୪,୨୭୦ କରୋନା ମାମଲା ରିପୋର୍ଟ ହୋଇଛି। ଏଥିସହିତ କରୋନା ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଯେତେବେଳେ କି କରୋନାରୁ ଆଉ ୨,୬୧୯ ଲୋକ ସୁସ୍ଥ ହୋଇଛନ୍ତି । ଦେଶରେ ସମୁଦାୟ କରୋନା ମାମଲା ୪,୩୧,୭୬,୮୧୭ କୁ ବୃଦ୍ଧି ପାଇଛି । ସକ୍ରିୟ ମାମଲା ୨୪,୦୫୨ କୁ ବୃଦ୍ଧି ପାଇଛି। ଗତକାଲି ଦେଶରେ କୋଭିଡର ୩,୯୬୨ ନୂଆ ମାମଲା ରିପୋର୍ଟ ହୋଇଥିଲା। ଆଜି କରୋନା ମାମଲାରେ ବୃଦ୍ଧି ଘଟିଛି।

ଏହା ସହିତ ଭାରତରେ କରୋନା ମାମଲାର ମୋଟ ସଂଖ୍ୟା ୪,୩୧,୭୬,୮୧୭ ରେ ପହଞ୍ଚିଛି। ବର୍ତ୍ତମାନ କରୋନାର ୨୪,୦୫୨ ସକ୍ରିୟ ମାମଲା ଅଛି । ଭାରତରେ କରୋନା ଯୋଗୁଁ ଏପର୍ଯ୍ୟନ୍ତ ୫,୨୪,୬୯୨ ଜଣଙ୍କର ମୃତ୍ୟୁ ହୋଇଛି। ଟିକାକରଣ ଅଭିଯାନ ଅଧୀନରେ ବର୍ତ୍ତମାନ ସୁଦ୍ଧା ୧୯୪,୦୯,୪୬,୧୫୭ ଡୋଜ୍ ଦିଆଯାଇଛି ।

Comments are closed.