କରୋନା ଅପଡେଟ୍: ଦେଶରେ ୫,୩୭୯ ନୂଆ ମାମଲା, ୨୭ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମଣର ୫,୩୭୯ ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୪,୭୨,୨୪୧କୁ ବୃଦ୍ଧି ପାଇଛି । ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦,୫୯୪ କୁ ହ୍ରାସ ପାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଜାରି ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ଯୋଗୁଁ ଆହୁରି ୨୭ ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ ସଂଖ୍ୟା ୫,୨୮,୦୫୭ କୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ଦେଶରେ ଚିକିତ୍ସାଧୀନ କୋଭିଡ୍ ରୋଗୀଙ୍କ ସଂଖ୍ୟା ୫୦,୫୯୪ କୁ ହ୍ରାସ ପାଇଛି, ଯାହା ମୋଟ ରୋଗର ୦.୧୧ ପ୍ରତିଶତ। ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧,୭୪୨ ହ୍ରାସ ପାଇଛି। ରୋଗୀଙ୍କ ଜାତୀୟ ଆରୋଗ୍ୟ ହାର ୯୮.୭୦ ପ୍ରତିଶତକୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୧.୬୭ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ଦୁଇ ପ୍ରତିଶତ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪,୩୮,୯୩,୫୯୦ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି ଏବଂ କୋଭିଡ-୧୯ ରୁ ମୃତ୍ୟୁ ହାର ୧.୧୯ ପ୍ରତିଶତ ରେକର୍ଡ କରାଯାଇଛି । ଅପରପକ୍ଷରେ ଦେଶବ୍ୟାପୀ ଟୀକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୨୧୩.୯୧ କୋଟି ଟିକା ଡୋଜ୍ ଦିଆଯାଇଛି।

Comments are closed.