କରୋନା ଅପଡେଟ୍: ଦେଶରେ ୬୦୯୩ ନୂଆ ମାମଲା

ନୂଆଦିଲ୍ଲୀ : ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମଣର ୬,୦୯୩ ଟି ନୂଆ ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୪,୮୪,୭୨୯କୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୪୯,୬୩୬ କୁ ଖସି ଆସିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳ ୮ ଟାରେ ପ୍ରକାଶିତ ସଦ୍ୟତମ ତଥ୍ୟ ଅନୁଯାୟୀ, ଦେଶରେ କରୋନାରୁ ଯୋଗୁଁ ଆଉ ୩୧ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୧୨୧ କୁ ବୃଦ୍ଧି ପାଇଛି ।

ତଥ୍ୟ ଅନୁଯାୟୀ, ଦେଶରେ କରୋନା ସଂକ୍ରମଣ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୪୯,୬୩୬ କୁ ଖସି ଆସିଛି, ଯାହା ମୋଟ ରୋଗର ୦.୧୧ ପ୍ରତିଶତ। ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୭୦୬ ହ୍ରାସ ଘଟିଛି। ରୋଗୀଙ୍କ ଜାତୀୟ ସୁସ୍ଥତା ହାର ୯୮.୭୦ ପ୍ରତିଶତକୁ ବୃଦ୍ଧି ପାଇଛି।

Comments are closed.