କରୋନା ଅପଡେଟ୍: ଦେଶରେ ୬,୨୯୮ ନୂଆ ମାମଲା

ନୂଆଦିଲ୍ଲୀ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଜି ସକାଳ ୮ ଟାରେ ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୬,୨୯୮ କରୋନା ମାମଲା ପଞ୍ଜିକୃତ ହୋଇଛି। ଏହି ସମୟ ମଧ୍ୟରେ ୫,୯୧୬ ଲୋକ ସଂକ୍ରମଣରୁ ମୁକ୍ତ ହୋଇଥିବାବେଳେ ୨୩ ଜଣଙ୍କର ମୃତ୍ୟୁ ଘଟିଛି। ଦେଶରେ କରୋନା ସକ୍ରିୟ ମାମଲା ସଂଖ୍ୟା ୪୬,୭୪୮ କୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ଦୈନିକ ପଜିଟିଭିଟି ହାର ୧.୮୯% ରହିଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ହେଉଛି ୧.୭୦% । ଦିନକ ପୂର୍ବରୁ ଦେଶରେ ୬,୪୨୨ ମାମଲା ରିପୋର୍ଟ ହୋଇଥିବାବେଳେ ୩୪ ଜଣଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ତୁଳନାରେ ନବ ସଂକ୍ରମିତ ରୋଗୀଙ୍କ ଦୈନିକ ସଂଖ୍ୟାରେ ୧୨୪ ହ୍ରାସ ଘଟିଛି। ଏଥି ସହିତ, ସକ୍ରିୟ ମାମଲା ଗତକାଲି ୪୬,୩୮୯ ରୁ ଆଜି ୪୬,୭୪୮ କୁ ବୃଦ୍ଧି ପାଇଛି ।

ଅପରପକ୍ଷରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୪ କୋଟି ୪୫ ଲକ୍ଷ ୨୨ ହଜାର ୭୭୭ କୁ ବୃଦ୍ଧି ପାଇଛି। କୋଭିଡରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୪ କୋଟି ୩୯ ଲକ୍ଷ ୪୭ ହଜାର ୭୫୬ରେ ପହଞ୍ଚଛି। ଦେଶରେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ସଂକ୍ରମଣ ଯୋଗୁଁ ମୋଟ ୫ ଲକ୍ଷ ୨୮ ହଜାର ୨୭୩ ଜଣଙ୍କର ମୃତ୍ୟୁ ହୋଇଛି ।

ବର୍ତ୍ତମାନ ପର୍ଯ୍ୟନ୍ତ, ଭାରତରେ କୋଭିଡ -୧୯ ଟୀକାକରଣର ସଂଖ୍ୟା ୨୧୬ କୋଟି ୧୭ ଲକ୍ଷ ୭୮ ହଜାର ୨୦ ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୯ ଲକ୍ଷ ୬୧ ହଜାର ୮୯୬ ଡୋଜ କରୋନା ଟିକା ଡୋଜ୍ ଦିଆଯାଇଛି।

Comments are closed.