କରୋନା ଅପଡେଟ୍: ଦେଶରେ ୬,୩୯୫ ନୂଆ ମାମଲା, ୩୩ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କରୋନା ସଂକ୍ରମଣର ୬,୩୯୫ ନୂଆ ମାମଲା ରିପୋର୍ଟ ହୋଇଛି । ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୪୪,୭୮,୬୩୬ କୁ ବୃଦ୍ଧି ପାଇଥିବାବେଳେ ସକ୍ରିୟ ରୋଗୀ ସଂଖ୍ୟା ୫୦,୩୪୨କୁ ଖସି ଆସିଛି ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ଗୁରୁବାର ସକାଳ ୮ ଟାରେ ପ୍ରକାଶିତ ଅଦ୍ୟତନ ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣ ଯୋଗୁଁ ଆଉ ୩୩ ଜଣଙ୍କ ମୃତ୍ୟୁ ହୋଇଛି । ଏହା ସହିତ କୋଭିଡ୍ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫,୨୮,୦୯୦କୁ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ଦେଶରେ ସକ୍ରିୟ କୋଭିଡ୍ ରୋଗୀଙ୍କ ସଂଖ୍ୟା ୫୦,୩୪୨କୁ ଖସି ଆସିଛି, ଯାହା ମୋଟ ମାମଲାର ୦.୧୧ ପ୍ରତିଶତ। ଗତ ୨୪ ଘଣ୍ଟା ମଧ୍ୟରେ ଚିକିତ୍ସାଧୀନ ବା ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ୨୫୨ ହ୍ରାସ ରେକର୍ଡ କରାଯାଇଛି । ରୋଗୀଙ୍କ ଜାତୀୟ ସୁସ୍ଥତା ହାର ୯୮.୭୦ ପ୍ରତିଶତକୁ ବୃଦ୍ଧି ପାଇଛି।

ସଦ୍ୟତମ ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୧.୯୬ ପ୍ରତିଶତ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୧.୮୮ ପ୍ରତିଶତ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪,୩୯,୦୦,୨୦୪ ଲୋକ ସୁସ୍ଥ ହୋଇଛନ୍ତି ଏବଂ କୋଭିଡ-୧୯ ରୁ ମୃତ୍ୟୁ ହାର ୧.୧୯ ପ୍ରତିଶତ ରହିଛି ।

Comments are closed.