କରୋନା ଅପଡେଟ୍: ଦିନକରେ ୬,୫୯୪ ନୂଆ ମାମଲା, ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦ ହଜାର ଟପିଲା

ନୂଆଦିଲ୍ଲୀ: ଭାରତରେ ଦିନକରେ କୋଭିଡ-୧୯ ର ୬,୫୯୪ ନୂଆ ମାମଲା ରିପୋର୍ଟ ହୋଇଛି । ଗତ ଦୁଇ ଦିନ ଧରି ଦୈନିକ ସଂକ୍ରମଣ ୮ ହଜର ଉପରେ ରହିଥିଲା । ଆଜି ଏଥିରେ ସାମାନ୍ୟ ହ୍ରାସ ଘଟିଛି । ଦେଶରେ ମୋଟ ସଂକ୍ରମଣ ୪,୩୨,୩୬,୬୯୫ ରେ ପହଞ୍ଚିଛି । ଅନ୍ୟପକ୍ଷରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫୦,୫୪୮ କୁ ବୃଦ୍ଧି ପାଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ମଙ୍ଗଳବାର ସକାଳ ୮ ଟା ପର୍ଯ୍ୟନ୍ତ ଅପଡେଟ୍ ହୋଇଥିବା ତଥ୍ୟ ଅନୁଯାୟୀ, ସକ୍ରିୟ ତଥା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ମୋଟ ସଂକ୍ରମଣର ୦.୧୨ ପ୍ରତିଶତ ଥିବାବେଳେ କୋଭିଡ-୧୯ ରୁ ସୁସ୍ଥ ହେଉଥିବା ଲୋକଙ୍କ ଜାତୀୟ ହାର ୯୮.୬୭ ପ୍ରତିଶତ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ର ସକ୍ରିୟ ରୋଗୀ ସଂଖ୍ୟା ୨୫୫୩ ବୃଦ୍ଧି ପାଇଛି।

ତଥ୍ୟ ଅନୁଯାୟୀ, ଦୈନିକ ସଂକ୍ରମଣ ହାର ୨.୦୫ ପ୍ରତିଶତ ରେକର୍ଡ ହୋଇଥିବାବେଳେ ସାପ୍ତାହିକ ସଂକ୍ରମଣ ହାର ୨.୩୨ ପ୍ରତିଶତ ରହିଛି। ଏହି ରୋଗରୁ ମୁକ୍ତି ପାଇଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ମୋଟ ମୃତ୍ୟୁ ସଂଖ୍ୟା ୪,୨୬,୬୧,୩୭୦ ଥିବାବେଳେ ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି ‌

ଦେଶବ୍ୟାପୀ କୋଭିଡ୍-୧୯ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୯୫.୩୫ କୋଟିରୁ ଅଧିକ ଡୋଜ ଟିକା ଦିଆଯାଇଛି ।

Comments are closed.