କରୋନା ଅପଡେଟ୍: ବଢ଼ୁଛି ମୃତ୍ୟୁ ସଂଖ୍ୟା, ଦିନକରେ ଆଉ ୧୨୧୭ ଜଣଙ୍କ ମୃତ୍ୟୁ, ୭୧,୩୬୫ ନୂଆ ଆକ୍ରାନ୍ତ

ଭାରତ: ଦେଶରେ କରୋନାର ତୃତୀୟ ଲହର ତଳମୁହାଁ ହେଉଛି। ତେବେ ଗତକାଲି ତୁଳନାରେ ଆଜି ଦୈନିକ ସଂକ୍ରମଣ ସାମାନ୍ୟ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୭୧,୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂକ୍ରମଣ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ି ଚାଲିଛି । ଦିନକରେ ଆଉ ୧୨୧୭ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଦୈନିକ ସଂକ୍ରମଣ ହାର ବର୍ତ୍ତମାନ ୪.୫୪ ପ୍ରତିଶତ ରହିଛି। ବର୍ତ୍ତମାନ ଏପର୍ଯ୍ୟନ୍ତ ଦେଶରେ ମୋଟ ୪ କୋଟି ୨୪ ଲକ୍ଷ ୧୦ ହଜାର ୯୭୬ ମାମଲା ରୁଜୁ ହୋଇଛି।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୮ ଲକ୍ଷ ୯୨ ହଜାର ୮୨୮ କୁ ହ୍ରାସ ପାଇଛି। ଏଥି ସହିତ ଏହି ମହାମାରୀ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା ୫ ଲକ୍ଷ ୫ ହଜାର ୨୭୯ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ଗତକାଲି ଦୁଇ ଲକ୍ଷ ୩୦ ହଜାର ୮୧୪ ଜଣ ଲୋକ ସୁସ୍ଥ ହୋଇଥିଲେ, ଯାହା ପରେ ୪ କୋଟି ୧୦ ଲକ୍ଷ ୧୨ ହଜାର ୮୬୯ ଲୋକ ସଂକ୍ରମଣମୁକ୍ତ ହୋଇଛନ୍ତି।

ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ପ୍ରାୟ ୧୭୦ କୋଟି ଡୋଜ୍ କରୋନା ଟିକା ଦିଆଯାଇଛି। ଗତକାଲି ୫୩ ଲକ୍ଷ ୬୧ ହଜାର ୯୯ ଡୋଜ ଦିଆଯାଇଥିଲା, ଯାହା ପରେ ଏପର୍ଯ୍ୟନ୍ତ ମୋଟ ୧୭୦ କୋଟି ୮୭ ଲକ୍ଷ ୬ ହଜାର ୭୦୫ ଡୋଜ ଟିକା ଦିଆଯାଇଛି।

Comments are closed.