ପୁଣି ଡରାଉଛି କରୋନା: ଦିନକରେ ୭,୫୮୪ ନୂଆ ମାମଲା, ୨୪ ମୃତ

ନୂଆଦିଲ୍ଲୀ: ପୁଣି ଡରାଇଲାଣି କରୋନା । ଦେଶରେ ଗତ କିଛି ଦିନ ହେଲା ସଂକ୍ରମଣ ବଢ଼ି ଚାଲିଛି । ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୭,୫୮୪ ନୂଆ କରୋନା ମାମଲା ରିପୋର୍ଟ ହୋଇଛି । କ୍ରମାଗତ ଦ୍ବିତୀୟ ଦିନ ଧରି ୭ ହଜାରରୁ ଅଧିକ ମାମଲା ରେକର୍ଡ କରାଯାଇଛି । ଗତକାଲି ତୁଳନାରେ ୪.୮% ଅଧିକ ମାମଲା ଆସିଛି । ବର୍ତ୍ତମାନ ସୁଦ୍ଧା ଭାରତରେ ୪,୩୨,୦୫,୧୦୬ କରୋନା ମାମଲା ରିପୋର୍ଟ ହୋଇଛି। ମହାରାଷ୍ଟ୍ର ଏବଂ କେରଳରେ ଦେଶରେ ସର୍ବାଧିକ ସଂଖ୍ୟକ ମାମଲା ଦେଖିବାକୁ ମିଳିଛି।

ସର୍ବାଧିକ ସଂକ୍ରମିତ ୫ଟି ରାଜ୍ୟ ମହାରାଷ୍ଟ୍ରରେ ୨୮୧୩, କେରଳ ୨୧୯୩, ଦିଲ୍ଲୀ ୬୨୨, କର୍ଣ୍ଣାଟକ ୪୭୧ ଏବଂ ହରିୟାଣାରେ ୩୪୮ ମାମଲା ମିଳିଛି । ଦେଶର ମୋଟ ମାମଲା ମଧ୍ୟରୁ ୮୫% ଏହି ୫ ଟି ରାଜ୍ୟରୁ ରିପୋର୍ଟ ହୋଇଛି। କେବଳ ମହାରାଷ୍ଟ୍ରରେ ୩୭.୦୯% ମାମଲା ରେକର୍ଡ କରାଯାଇଛି।

ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ଆଉ ୨୪ ଜଣଙ୍କର ମୃତ୍ୟୁ ହୋଇଛି ଏହି ମହାମାରୀ ଯୋଗୁଁ ଭାରତରେ ଏପର୍ଯ୍ୟନ୍ତ ୫,୨୪,୭୪୭ ଲୋକ ପ୍ରାଣ ହରାଇଛନ୍ତି।

ଭାରତରେ ସୁସ୍ଥତା ହାର ୯୮.୭% କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୩,୭୯୧ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏପର୍ଯ୍ୟନ୍ତ ଦେଶରେ ମୋଟ ୪,୨୬,୪୪,୦୯୨ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୩୬,୨୬୭ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲା ୩,୭୬୯ ବୃଦ୍ଧି ପାଇଛି ।

Comments are closed.