କରୋନା ଅପଡେଟ୍: ଦେଶରେ ଆଉ ୭୯୬ ନୂଆ ମାମଲା, ୧୯ ମୃତ

ନୂଆଦିଲ୍ଲୀ: ଭାରତରେ କୋଭିଡ-୧୯ ର ସଂକ୍ରମଣ ହାର ହ୍ରାସ ପାଉଛି । ଗତ ୨୪ ଘଣ୍ଟାରେ ଦେଶରେ ଆଉ ୭୯୬ ଟି ନୂଆ ମାମଲା ରିପୋର୍ଟ ହୋଇଛି । ନୂଆ ରୋଗୀଙ୍କୁ ମିଶାଇ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪,୩୦,୩୬,୯୨୮ କୁ ବୃଦ୍ଧି ପାଇଛି । ମୋଟ ସକ୍ରିୟ ମାମଲା ବା ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦,୮୮୯ କୁ ହ୍ରାସ ପାଇଛି। ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଦିନକରେ ଆଉ ୧୯ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫,୨୧,୭୧୦ କୁ ବୃଦ୍ଧି ପାଇଛି ।

ଦେଶରେ କୋଭିଡ-୧୯ ପାଇଁ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୧୦,୮୮୯ କୁ ହ୍ରାସ ପାଇଛି, ଯାହା ମୋଟ ରୋଗର ୦.୦୩ ପ୍ରତିଶତ ଅଟେ। ଜାତୀୟ ସୁସ୍ଥତା ହାର ହେଉଛି ୯୮.୭୬ ପ୍ରତିଶତ ।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୪,୨୫,୦୪,୩୨୯ ଲୋକ ସୁସ୍ଥ ହୋଇଛନ୍ତି ଏବଂ କୋଭିଡ -୧୯ ରୁ ମୃତ୍ୟୁ ହାର ୧.୨୧ ପ୍ରତିଶତ ରହିଛି। ଏଥି ସହିତ, ଦେଶବ୍ୟାପୀ ଟିକାକରଣ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ୧୮୫.୯୦ କୋଟିରୁ ଅଧିକ ଡୋଜ୍ ଟିକା ଦିଆଯାଉଛି।

Comments are closed.