ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୮,୮୧୩ ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଛି । ଏଥିସହ ଦେଶରେ ମୋଟ କରୋନା ମାମଲା ୪୪, ୨୭୭, ୧୯୪ କୁ ବୃଦ୍ଧି ପାଇଛି । ସକ୍ରିୟ ମାମଲା ୧୧୧,୨୫୨ରେ ପହଞ୍ଚିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୫, ୦୪୦ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ ମୋଟ ୪୩, ୬୩୮, ୮୪୪ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ଯୋଗୁଁ ଆଉ ୨୯ ଜଣଙ୍କର ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୋଟ ୫୨୭,୦୯୮ ଲୋକଙ୍କର ମୃତ୍ୟୁ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୬,୧୦,୮୬୩ ଟିକାକରଣ ହୋଇଛି । ଏପର୍ଯ୍ୟନ୍ତ ସମୁଦାୟ ୨,୦୮,୩୧,୨୪,୬୯୪ ଟିକାକରଣ କରାଯାଇଛି।
Comments are closed.