କରୋନା ଅପଡେଟ୍: ଦେଶରେ ଆଉ ୯,୦୬୨ ମାମଲା

ନୂଆଦିଲ୍ଲୀ: ଦେଶରେ କରୋନା ମାମଲାରେ ବଡ଼ ହ୍ରାସ ଘଟିଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୯,୦୬୨ ନୂଆ ମାମଲା ରୁଜୁ ହୋଇଛି। ଏହି ସମୟ ମଧ୍ୟରେ କରୋନାରୁ ଆଉ ୧୫,୨୨୦ ଲୋକ ସୁସ୍ଥ ହୋଇଛନ୍ତି। ଦେଶରେ ସକ୍ରିୟ ମାମଲା ୧୦,୫୦୫୮କୁ ଖସି ଆସିଛି।

ଉଲ୍ଲେଖଯୋଗ୍ୟ ଯେ ଦୀର୍ଘ ଦିନ ପରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟାରେ ହ୍ରାସ ଘଟିଛି। ଏହି ମାସ ୧୬ ଅଗଷ୍ଟ ବ୍ୟତୀତ କ୍ରମାଗତ ଭାବେ ୧୦ ହଜାରରୁ ଅଧିକ କରୋନା ମାମଲା ରିପୋର୍ଟ ହୋଇଥିଲା । ଗତକାଲି ଅର୍ଥାତ୍ ଅଗଷ୍ଟ ୧୬ରେ ପ୍ରଥମ ଥର ପାଇଁ ୧୦,୦୦୦ ରୁ କମ୍ ମାମଲା ଆସିଥିଲା । ଗତକାଲି ୮,୮୧୩ଟି କରୋନା ମାମଲା ପଞ୍ଜିକୃତ ହୋଇଥିଲା। ଯାହା ଆଜି ତୁଳନାରେ ପ୍ରାୟ ଏକ ହଜାର କମ୍ ଥିଲା।

Comments are closed.