କୋଭିଡ୍-୧୯ ଅପଡେଟ୍: ଦେଶରେ ୯,୬୨୯ ନୂଆ ମାମଲା, ୨୯ ମୃତ

ନୂଆଦିଲ୍ଲୀ: ଭାରତରେ ବୁଧବାର ୯,୬୨୯ ନୂଆ କରୋନା ମାମଲା ରିପୋର୍ଟ ହୋଇଛି। ଗତକାଲି ତୁଳନାରେ ଦୈନିକ ସଂକ୍ରମଣରେ ବୃଦ୍ଧି ଘଟିଛି । ଗତକାଲି (ଏପ୍ରିଲ୍ ୨୫) ୬,୬୬୦ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଦିନକରେ ଆଉ ୨୯ ରୋଗୀଙ୍କ ମୃତ୍ୟୁ ମଧ୍ୟ ହୋଇଛି । ଦେଶରେ କୋଭିଡ୍ ଜନିତ ମୋଟ ମୃତ୍ୟୁ ସଂଖ୍ୟା ୫,୩୧,୩୯୮କୁ ବୃଦ୍ଧି ପାଇଛି।

କୋଭିଡ୍ ଯୋଗୁଁ ପ୍ରାଣ ହରାଇଥିବା ୨୯ ରୋଗୀଙ୍କ ମଧ୍ୟରୁ ଦିଲ୍ଲୀରେ ୬ ଜଣ, ମହାରାଷ୍ଟ୍ର ଏବଂ ରାଜସ୍ଥାନରେ ତିନି ଜଣ, ହରିୟାଣା ଏବଂ ଉତ୍ତରପ୍ରଦେଶରେ ଦୁଇ ଏବଂ ଓଡିଶା, ଗୁଜରାଟ ଓ ଛତିଶଗଡରେ ଜଣେ ଲେଖାଏଁ ମୃତ୍ୟୁ ରିପୋର୍ଟ ହୋଇଛି। କେବଳ କେରଳରେ ୧୦ ଜଣ କୋଭିଡ ରୋଗୀଙ୍କ ମୃତ୍ୟୁ ଘଟିଛି। ଦେଶରେ କୋଭିଡର ସକ୍ରିୟ ମାମଲା ସଂଖ୍ୟା ୬୧,୦୧୩ କୁ ବୃଦ୍ଧି ପାଇଛି ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୧,୯୬୭ ଲୋକ କୋଭିଡରୁ ସୁସ୍ଥ ହୋଇଛନ୍ତି । ମୋଟ ସୁସ୍ଥଙ୍କ ସଂଖ୍ୟା ୪,୪୩,୨୩,୦୪୫ରେ ପହଞ୍ଚିଛି । ଦେଶରେ ଜାତୀୟ ଆରୋଗ୍ୟ ହାର ୯୮.୬୮ ପ୍ରତିଶତ ଏବଂ ମୃତ୍ୟୁ ହାର ୧.୧୮ ପ୍ରତିଶତ ରେକର୍ଡ କରାଯାଇଛି।

Comments are closed.