ହାଫିଜ୍ ସଇଦକୁ ପ୍ରତ୍ୟର୍ପଣ କରିବାକୁ ପାକିସ୍ତାନକୁ କହିଲା ଭାରତ

ନୂଆଦିଲ୍ଲୀ: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଲସ୍କର-ଏ-ତଇବାର ମୁଖ୍ୟ ହାଫିଜ ସଇଦକୁ ପ୍ରତ୍ୟର୍ପଣ କରିବାକୁ ଭାରତ ସରକାର ଆନୁଷ୍ଠାନିକ ଭାବେ ପାକିସ୍ତାନକୁ ଅନୁରୋଧ କରିଛନ୍ତି । ପାକିସ୍ତାନୀ ଗଣମାଧ୍ୟମରେ ଏଭଳି ଦାବି ହୋଇଛି। ତେବେ ଭାରତ ଓ ପାକିସ୍ତାନ ସରକାରଙ୍କ ତରଫରୁ ଏନେଇ କିଛି ସ୍ପଷ୍ଟ କରାଯାଇ ନାହିଁ ।

ରିପୋର୍ଟ ଅନୁଯାୟୀ, ହାଫିଜ ସଇଦକୁ ଭାରତ ପ୍ରତ୍ୟର୍ପଣ ପାଇଁ ଆଇନଗତ ପ୍ରକ୍ରିୟା ଆରମ୍ଭ କରିବାକୁ ଭାରତ ସରକାର ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି। ତେବେ ଏହି ପ୍ରସଙ୍ଗରେ ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ହାଫିଜ୍ ଭାରତର ମୋଷ୍ଟ ଓ୍ବାଣ୍ଟେଡ୍ ଆତଙ୍କବାଦୀ ତାଲିକାରେ ରହିଛି । ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସହ ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ହେଉଛି ହାଫିଜ୍ ସଇଦ। ସେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତଇବାର ପ୍ରତିଷ୍ଠାତା । ଜମ୍ମୁ କାଶ୍ମୀରରେ ଅନେକ ଆତଙ୍କବାଦୀ ଘଟଣାରେ ସମ୍ପୃକ୍ତ ଅଛି ହାଫିଜ୍ ସଇଦ। ଆମେରିକା ମଧ୍ୟ ହାଫିଜ ସଇଦକୁ ଆତଙ୍କବାଦୀ ଘୋଷଣା କରିଛି । ତା’ ଉପରେ ଏକ କୋଟି ମିଲିୟନ ଡଲାର ପୁରସ୍କାର ଘୋଷଣା କରିଛି ଆମେରିକା।

Comments are closed.