ଇନ୍ଦୋର ଟେଷ୍ଟ: ଦ୍ବିତୀୟ ଇନିଂସରେ ବି ଫେଲ୍ ମାରିଲା ଭାରତର ବ୍ୟାଟିଂ, ଅଷ୍ଟ୍ରେଲିଆକୁ ୭୬ ରନର ଟାର୍ଗେଟ୍

ଇନ୍ଦୋର: ନାଗପୁର ଓ ଦିଲ୍ଲୀ ଟେଷ୍ଟ ଭଳି ଏଠାରେ ଚାଲିଥିବା ତୃତୀୟ ଟେଷ୍ଟ ମଧ୍ୟ ତିନି‌ ଦିନରେ ଶେଷ ହେବାକୁ ଯାଉଛି । ପ୍ରଥମ ଇନିଂସରେ ମାତ୍ର ୧୦୯ ରନ୍ କରି ଆଉଟ୍ ହୋଇଥିବା ଭାରତ ଦ୍ୱିତୀୟ ଇନିଂସରେ ବି ୨୦୦ ଟପିନାହିଁ । ଦ୍ୱିତୀୟ ଇନିଂସରେ ଭାରତ ୧୬୩ ରନ୍ କରି ଆଉଟ୍ ହୋଇଛି । ଫଳରେ ଏହି ଟେଷ୍ଟ ଜିତିବା ପାଇଁ ଅଷ୍ଟ୍ରେଲିଆ ଆଗରେ କେବଳ ୭୬ ରନର ଟାର୍ଗେଟ୍ ଧାର୍ଯ୍ୟ ହୋଇଛି । ଅଷ୍ଟ୍ରେଲିଆର ଦ୍ବିତୀୟ ଇନିଂସ୍ ଆସନ୍ତାକାଲି ଆରମ୍ଭ ହେବ ।

ଦ୍ୱିତୀୟ ଇନିଂସରେ ଚେତେଶ୍ୱର ପୂଜାରାଙ୍କୁ ଛାଡ଼ି ଭାରତର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ତିଷ୍ଠି ପାରିନଥିଲେ । ଦଳ ପକ୍ଷରୁ ପୂଜାରା ସର୍ବାଧିକ ୫୯ ରନ୍ କରିଥିଲେ । ଏହା ତାଙ୍କ ୩୫ ତମ ଅର୍ଦ୍ଧଶତକ । ଅନ୍ୟମାନଙ୍କ ମଧ୍ୟରେ ଶ୍ରେୟସ୍ ଆୟର୍ ୨୬, ଅଧିନାୟକ ରୋହିତ ଶର୍ମା ୧୨ ଏବଂ ବିରାଟ କୋହଲି ୧୩ ରନ୍ କରି ଆଉଟ୍ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ୧୬ ରନର ଯୋଗଦାନ କରିଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ନାଥନ୍ ଲିଅନ୍ ୮ଟି ୱିକେଟ୍ ନେଇଥିଲେ।

ପୂର୍ବରୁ ଅଷ୍ଟ୍ରେଲିଆ ଅସମାପ୍ତ ପ୍ରଥମ ଇନିଂସ୍ ସ୍କୋର ୧୫୬/୪ ରୁ ଆଗକୁ ଖେଳିଥିବା ବେଳେ ୧୯୭ ରନରେ ଅଲ୍ଆଉଟ୍ ହୋଇଥିଲା। କଙ୍ଗାରୁ ଦଳ ପ୍ରଥମ ଇନିଂସରେ ୮୮ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲଖ। ଭାରତ ପକ୍ଷରୁ ରବିନ୍ଦ୍ର ଜାଡେଜା ୪ଟି ଓ୍ବିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଓ ଉମେଶ ଯାଦବ ପ୍ରତ୍ୟକ ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ।

Comments are closed.