ଆଜି ତୃତୀୟ ଟି୨୦: ସିରିଜ୍ ବରାବର କରିବା ଲକ୍ଷ୍ୟରେ ଭାରତ

ଜୋହାନ୍ସବର୍ଗ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍ ଖେଳାଯିବ। ପ୍ରଥମ ଟି୨୦ ମ୍ୟାଚ୍ ବର୍ଷାରେ ଧୋଇଯାଇଥିବା ବେଳେ ଦ୍ଵିତୀୟ ମ୍ୟାଚରେ ଭାରତ ଡକଓ୍ବର୍ଥ ଲୁଇସ୍ ନିୟମାନୁଯାୟୀ ୫ ଓ୍ବିକେଟରେ ପରାସ୍ତ ହୋଇଥିଲା। ସିରିଜରେ ୦-୧ରେ ପଛୁଆ ରହିଥିବା ଭାରତ ତୃତୀୟ ମ୍ୟାଚ୍ ଜିତି ସିରିଜ୍ ବରାବର କରିବା ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ।

ଭାରତ ନିଜ ବୋଲିଂ ଦୁର୍ବଳତା ସୁଧାରିବାକୁ ପ୍ରୟାସ କରିବ। ଜୋହାନ୍ସବର୍ଗରେ ଅନ୍ତିମ ମ୍ୟାଚ୍ ଖେଳାଯିବାକୁ ଥ‌ିବାବେଳେ ଅର୍ଶଦୀପ ସିଂ ଓ ମୁକେଶ କୁମାର ନିଜ ଫର୍ମ ସୁଧାରିବାକୁ ଚାହିଁବେ। ମଙ୍ଗଳବାର ଖେଳା ଯାଇଥିବା ମ୍ୟାଟ୍‌ରେ ଦକ୍ଷିଣ ଆଫ୍ରିକାକୁ ଓଭର ପିଛା ୧୦ ହାରରେ ରନ୍ ସଂଗ୍ରହ କରିଥିବା ବେଳେ ଭାରତୀୟ ବୋଲରମାନେ ଅତ୍ୟନ୍ତ ଦୟନୀୟ ପ୍ରଦର୍ଶନ କରିଥିଲେ। ବିଶେଷକରି ଅର୍ଶଦୀପ ଓ ମୁକେଶ କୁମାରଙ୍କ‌ବେଶ୍ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଅର୍ଶଦୀପ ଓଭର ପିଛା ୧୫.୫୦ ଓ ମୁକେଶ ୧୧.୩୩ ରନ୍ ବ୍ୟୟ କରିଥିଲେ।

ଟି୨୦ ବିଶ୍ଵକପ୍ ପୂର୍ବରୁ ମାତ୍ର ୪ଟି ଟି୨୦ ମ୍ୟାଚ୍ ରହିଥିବା ବେଳେ ଭାରତୀୟ ଖେଳାଳି ଏହାର ଫାଇଦା ଉଠାଇ ଦଳରେ ନିଜ ସ୍ଥାନ ମଜଭୁତ କରିବାକୁ ଚାହିଁବେ।

Comments are closed.