ଆଜି ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ଭେଟ

ନ୍ୟୁୟର୍କ: ଚଳିତ ଟି-୨୦ ବିଶ୍ଵକପ୍‌ରେ ଆଜି ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ସୁପର ସଣ୍ଡେରେ ସୁପର ମୁକାବିଲା ପାଇଁ ପ୍ରସ୍ତୁତ ନ୍ୟୁୟର୍କରେ। କ୍ରିକେଟ ପ୍ରେମୀ ମଧ୍ୟ ଉଲ୍ଲସିତ। ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦୀଙ୍କ ମଧ୍ଯରେ କୌଣସି ଦ୍ବିପାକ୍ଷିକ ସିରିଜ୍ ଖେଳାଯାଉ ନ ଥିବା ବେଳେ ବିଶ୍ବକପ୍ ପରି ଆଇସିସି ଇଭେଣ୍ଟ ଉପରେ ଫ୍ୟାନ ମାନଙ୍କ ନଜରରେ ରହିଥାଏ। ନ୍ୟୁୟର୍କର ନାସାଉ ଷ୍ଟାଡିୟମରେ ଏହି ମ୍ୟାଚଟି ଖେଳାଯିବ।

ଭାରତ ପ୍ରଥମ‌ ମ୍ୟାଚରେ ଆୟର୍ଲାଣ୍ଡକୁ ପରାସ୍ତ କରିଥିବା ବେଳେ ଚଳିତ ଟୁର୍ନାମେଣ୍ଟର ସବୁଠାରୁ ବଡ଼ ବିପର୍ଯ୍ୟୟରେ ଆମେରିକା ଠାରୁ ହାରିଥିଲା ପାକିସ୍ତାନ ।

ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ଵକପ୍‌ରେ ୭ ଥର ସାମ୍ନାସାମ୍ନି ହୋଇଛନ୍ତି। ଭାରତ ଏଥୁମଧ୍ୟରୁ ୬ଥର ଜିତିଥିବା ବେଳେ ପାକିସ୍ତାନ ଥରେମାତ୍ର ଜିତିଛି। ୨୦୦୭ ଟି୨୦ ବିଶ୍ବକପ୍‌ରେ ମ୍ୟାଚ୍ ଟାଇ ରହିଥିବା ବେଳେ ଭାରତ ଏହାକୁ ବୋଲ ଆଉଟରେ ଜିତିଥିଲା। ସେହିପରି ଶେଷ ଥର ପାଇଁ ଅଷ୍ଟ୍ରେଲିଆରେ ଉଭୟ ଦଳ ସାମ୍ନାସାମ୍ନି ହୋଇଥିବା ବେଳେ ବିରାଟ କୋହଲିଙ୍କ ଇନିଂସରେ ଭାରତ ବିଜୟ ହାସଲ କରିଥିଲା।

ନ୍ୟୁୟର୍କର ପିଚ୍ ସମାଲୋଚନାର ଶିକାର ହୋଇଛି। ଡ୍ରପ୍ ଇନ୍ ପିକୁ ତରବରିଆ ଭାବରେ ପ୍ରସ୍ତୁତ କରାଯାଇଥିବା ବେଳେ ଏଠାରେ ମାତ୍ର ଦୁଇଟି ଇନିଂସରେ ୧୦୦ରୁ ଅଧିକ ରନ୍ ସ୍କୋର ହୋଇଛି। ଏପ୍ରିଲ୍ ଏହି ପିଚରେ ଅସମାନ ବାଉନ୍ସ ଦେଖ‌ିବାକୁ ମିଳୁଥିବା ବେଳେ ବ୍ୟାଟରଙ୍କ ପାଇଁ ଏହା ସମସ୍ୟା ସୃଷ୍ଟି କରୁଛି। ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ପିଟ୍‌କୁ ନେଇ ଭାରତୀୟ ଅଧିନାୟକ ରୋହିତ ଶର୍ମା ମଧ୍ୟ ଆଶଙ୍କା ବ୍ୟକ୍ତ କରିଛନ୍ତି।

Comments are closed.