ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସମ୍ମାନରେ ଭାରତରେ ଦିନିକିଆ ରାଷ୍ଟ୍ରୀୟ ଶୋକ ଘୋଷଣା

ନୂଆଦିଲ୍ଲୀ: ବ୍ରିଟେନର ଦିବଂଗତ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସମ୍ମାନରେ ସେପ୍ଟେମ୍ବର ୧୧ (ରବିବାର)ରେ ସମଗ୍ର ଦେଶରେ ଗୋଟିଏ ଦିନ ରାଷ୍ଟ୍ରୀୟ ଶୋକ ପାଳନ କରାଯିବ। ସରକାର ଶୁକ୍ରବାର ଏହି ଘୋଷଣା କରିଛନ୍ତି।

ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଗୁରୁବାର ସ୍କଟଲ୍ୟାଣ୍ଡର ବାଲମୋରାଲରେ ଦେହାନ୍ତ ହୋଇଥିଲା। ତାଙ୍କୁ ୯୬ ବର୍ଷ ହୋଇଥିଲା | ବ୍ରିଟିଶ ରାଜତନ୍ତ୍ର ଇତିହାସରେ ରାଣୀ ଏଲିଜାବେଥ୍ ସର୍ବାଧିକ ୭୦ ବର୍ଷ ଶାସନ କରିଥିଲେ।

ରାଷ୍ଟ୍ରୀୟ ଶୋକ ଦିବସରେ ଦେଶର ସମସ୍ତ ସରକାରୀ କୋଠାରେ ଜାତୀୟ ପତାକା ଅର୍ଦ୍ଧ ନମିତ ରହିବ ଏବଂ ସେହି ଦିନ କୌଣସି ସରକାରୀ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ନାହିଁ ବୋଲି କୁହାଯାଇଛି।

Comments are closed.