ଅପହୃତ ନାବାଳକକୁ ଫେରାଇବା ପାଇଁ ଚୀନର ପିଏଲ୍ଏକୁ କହିଲା ଭାରତୀୟ ସେନା

ନୂଆଦିଲ୍ଲୀ: ଚୀନ୍‌ର ପିପୁଲ୍ସ ଲିବରେସନ୍ ଆର୍ମି (ପିଏଲ୍ଏ) ଦ୍ୱାରା ଅରୁଣାଚଳ ପ୍ରଦେଶର ଜଣେ ନାବାଳକଙ୍କ ଅପହରଣ ମାମଲାରେ ଭାରତୀୟ ସେନା ଆକ୍ସନ୍ ମୋଡକୁ ଆସିଛି। ଗୁରୁବାର ସେନା ପକ୍ଷରୁ କୁହାଯାଇଛି ଯେ ଏହି ମାମଲାରେ ଚୀନ୍ ସେନା ସହ ହଟଲାଇନରେ ଯୋଗାଯୋଗ କରାଯାଇଛି। ଭାରତୀୟ ସେନା ପିପୁଲ୍ସ ଲିବରେସନ୍ ଆର୍ମିକୁ କହିଛି ଯେ ଶିକାର ଏବଂ ଔଷଧୀୟ ଚେରମୂଳି ସନ୍ଧାନରେ ବାହାରିଥିବା ୧୭ ବର୍ଷୀୟ ମିରାମ ଟାରନ୍ ବାଟବଣା ହୋଇଯାଇଥିଲେ । ସେହି ଯୁବକଙ୍କୁ ଖୋଜି ପ୍ରୋଟୋକଲ୍ ଅନୁଯାୟୀ ତାଙ୍କୁ ଭାରତକୁ ପଠାଇବାକୁ ପିଏଲ୍ଏକୁ କହିଛି ଭାରତୀୟ ସେନା ।

ସେପଟେ ଅପହରଣ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି। ରାହୁଲ କହିଛନ୍ତି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ନାବାଳକ ଅପହରଣକୁ ନେଇ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ରାହୁଲ କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ନାବାଳକ ଅପହରଣକୁ ଗୁରୁତ୍ୱ ଦେଉନାହାଁନ୍ତି।

ଅରୁଣାଚଳ ପ୍ରଦେଶର ଉପର ସିଆଙ୍ଗ ଜିଲ୍ଲାରୁ ଚୀନର ପିଏଲ୍ଏ ଦ୍ୱାରା ୧୭ ବର୍ଷୀୟ ମିରାମ ଟାରନ୍ ଅପହୃତ ହୋଇଥିବା ଅଭିଯୋଗ ହୋଇଛି। ରାହୁଲ ଗାନ୍ଧୀ ଟ୍ୱିଟ୍ କରି କହିଛନ୍ତି, ଗଣତନ୍ତ୍ର ଦିବସର କିଛି ଦିନ ପୂର୍ବରୁ ଭାରତର ଜଣେ ଭାଗ୍ୟ ବିଧାତା ଚୀନ୍ ଦ୍ୱାରା ଅପହୃତ ହୋଇଛନ୍ତି – ଆମେ ମିରାମ ଟାରନଙ୍କ ପରିବାର ସହିତ ଅଛୁ ଏବଂ ଆଶା ଛାଡିବୁ ନାହିଁ କି ପରାଜୟ ସ୍ବୀକାର କରିବୁନି। ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ହେଉଛି ତାଙ୍କର ବିବୃତ୍ତି – ତାଙ୍କୁ କିଛି ଫରକ ପଡୁନାହିଁ ! ‘

Comments are closed.