ଦକ୍ଷିଣ କୋରିଆକୁ ୫-୩ରେ ହରାଇ ଏସୀୟ କ୍ରୀଡ଼ା ପୁରୁଷ ହକି ଫାଇନାଲରେ ଭାରତ

ହାଙ୍ଗଝୋ: ଏସୀୟ କ୍ରୀଡ଼ା ପୁରୁଷ ହକି ସେମିଫାଇନାଲରେ ଦକ୍ଷିଣ କୋରିଆକୁ ୫-୩ ଗୋଲରେ ହରାଇ ଭାରତ ଫାଇନାଲରେ ପ୍ରବେଶ କରିଛି । ଭାରତ ପାଇଁ ଅତି କମରେ ରୌପ୍ୟ ପଦକ ନିଶ୍ଚିତ ହୋଇଛି।

ପ୍ରଥମ କ୍ୱାର୍ଟରରେ ଭାରତୀୟ ଦଳ ୩-୦ରେ ଆଗୁଆ ଥିଲା। କିନ୍ତୁ ଦକ୍ଷିଣ କୋରିଆ ଦୁଇଟି ଗୋଲ୍ ସୁଝାଇ ଦେଇଥିଲା । ତଥାପି ଭାରତ ପ୍ରଥମାର୍ଦ୍ଧ ସୁଦ୍ଧା ୪-୨ରେ ଆଗୁଆ ରହିଥିଲା |

ପରେ ପେନାଲ୍ଟି କର୍ଣ୍ଣର ମାଧ୍ୟମରେ ଦକ୍ଷିଣ କୋରିଆ ସ୍କୋରକୁ ୪-୩ରେ କରି ମ୍ୟାଚରେ ରୋମାଞ୍ଚ କରିଦେଇଥିଲା । ତେବେ ୫୪ତମ ମିନିଟରେ ଭାରତ ଆଉ ଏକ ଗୋଲ ଦେଇ ମ୍ୟାଚକୁ ୫-୩ରେ ଜିତି ନେଇଥିଲା।

Comments are closed.