ଏସୀୟ କ୍ରୀଡ଼ା: ପାକିସ୍ତାନକୁ ହରାଇ ଭାରତୀୟ ପୁରୁଷ ସ୍କ୍ବାସ୍ ଟିମ୍ ଜିତିଲା ସ୍ବର୍ଣ୍ଣ

ହାଙ୍ଗଝୋ: ଚଳିତ ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ଆଉ ଏକ ସ୍ବର୍ଣ୍ଣ । ପୁରୁଷ ସ୍କ୍ବାସ୍ ଟିମ୍ ଇଭେଣ୍ଟରେ ପାକିସ୍ତାନକୁ ୨-୧ରେ ହରାଇ ସ୍ୱର୍ଣ୍ଣ ଜିତିଛି ଭାରତ । ସ୍ୱର୍ଣ୍ଣ ପଦକ ଇଭେଣ୍ଟର ପ୍ରଥମ ମ୍ୟାଚରେ ପାକିସ୍ତାନର ନାସିର ଇକବାଲ ମହେଶ ମଙ୍ଗୋନକରଙ୍କୁ ୩-୦ରେ ହରାଇ ଦେଇଥିଲେ । କିନ୍ତୁ ଦ୍ୱିତୀୟ ମ୍ୟାଚରେ ଭାରତର ସୌରଭ ଘୋଷାଲ ପାକିସ୍ତାନର ଅସୀମ ମହମ୍ମଦଙ୍କୁ ହରାଇ ସ୍କୋରକୁ ବରାବର କରିଥିଲେ। ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଅଭୟ ସିଂ ନୁର ଜମାନକୁ ପରାସ୍ତ କରି ଭାରତ ପାଇଁ ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲେ ।

ଚଳିତ ଉନବିଂଶ ଏସୀୟ କ୍ରୀଡ଼ାର ସପ୍ତମ ଦିନରେ ଭାରତ ଏଯାବତ୍ ଦୁଇଟି ସ୍ୱର୍ଣ୍ଣ ଓ ଗୋଟିଏ ରୌପ୍ୟ ସହ ମୋଟ ତିନି ପଦକ ଜିତିଛି। ଏଥିସହ ଭାରତର ମୋଟ ସ୍ବର୍ଣ୍ଣ ପଦକ ସଂଖ୍ୟା ୧୦ରେ ପହଞ୍ଚିଛି ।

Comments are closed.