ଆରବ ସାଗରରେ ଜରୁରୀ ଅବତରଣ କଲା ନୌସେନା ହେଲିକପ୍ଟର, ତିନି କ୍ରୁ’ସଦସ୍ୟ ସୁରକ୍ଷିତ ଉଦ୍ଧାର

ମୁମ୍ବାଇ: ଭାରତୀୟ ନୌସେନାର ଏକ ଆଡଭାନ୍ସ ଲାଇଟ୍ ହେଲିକପ୍ଟର (ଏଏଲ୍ଏଚ୍) ଆରବ ସାଗରରେ ଜରୁରୀ ଅବତରଣ କରିଛି । ବୁଧବାର ସକାଳେ ନୌସେନାର ହେଲିକପ୍ଟର ମୁମ୍ବାଇରୁ ପାଟ୍ରୋଲିଂ ପାଇଁ ବାହାରିଥିବା ବେଳେ ଏହି ଘଟଣା ଘଟିଥିଲା। ପାଓ୍ବାର ଓ ହାଇଟ୍ ଅଭାବରୁ ପାଇଲଟ ହେଲିକପ୍ଟରକୁ ପାଣିରେ ହିଁ ଲ୍ୟାଣ୍ଡିଂ କରିଥିଲେ। ଟେକ୍ନିକାଲ ଭାଷାରେ ଏହାକୁ ‘ଡିଚିଙ୍ଗ୍’ କୁହାଯାଏ, ଅର୍ଥାତ୍ ପାଣିରେ ଜରୁରୀ ଅବତରଣ |

ନୌସେନାର ସମୟୋପଯୋଗୀ ସର୍ଚ୍ଚ ଅପରେସନ ଯୋଗୁଁ ହେଲିକପ୍ଟରରେ ଥିବା ସମସ୍ତ ତିନିଜଣ କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା।

ଭାରତୀୟ ନୌସେନା ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଏହି ଘଟଣା ସମ୍ପର୍କରେ ସୂଚନା ଦେଇଛି। ଏଥିରେ କୁହାଯାଇଛି – ମୁମ୍ବାଇରୁ ନିୟମିତ ଉଡ଼ାଣରେ ବାହାରିଥିବା ଏଏଲ୍ଏଚ୍ କୁ ଜରୁରୀ ଅବତରଣ କରିବାକୁ ପଡ଼ିଛି | ସେନା ତୁରନ୍ତ ଅନ୍ୟ ଏକ ବିମାନ ପଠାଇ ତିନିଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଥିଲା। ନୌସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

Comments are closed.