ଭାରତୀୟ ବଂଶୋଦ୍ଭବ ଅରୁଣ ସୁବ୍ରମଣ୍ୟମ ହେଲେ ନ୍ୟୁୟର୍କ ଜିଲ୍ଲା ଜଜ୍

ନ୍ୟୁୟର୍କ: ଆମେରିକାର ସିନେଟ୍ ନ୍ୟୁୟର୍କ ଜିଲ୍ଲା କୋର୍ଟର ବିଚାରପତି ଭାବେ ଭାରତୀୟ ବଂଶୋଦ୍ଭବ ଅରୁଣ ସୁବ୍ରମଣ୍ୟମଙ୍କ ନାମ ଉପରେ ମୋହର ମାରିଛି । ଏହି ବେଞ୍ଚରେ ସାମିଲ ହେବାରେ ସୁବ୍ରମଣ୍ୟମ ଦକ୍ଷିଣ ଏସୀୟ ମୂଳର ପ୍ରଥମ ବିଚାରପତି।

ସୁବ୍ରମଣ୍ୟମଙ୍କ ସପକ୍ଷରେ ୫୮ ଭୋଟ୍ ପଡ଼ିଥିବା ବେଳେ ବିରୋଧରେ ୩୭ ଭୋଟ୍ ପଡ଼ିଥିଲା।

ସୁବ୍ରମଣ୍ୟମ୍ ୧୯୭୯ ମସିହାରେ ପେନସିଲଭାନିଆରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା-ମା ୧୯୭୦ ଦଶକରୁ ଆମେରିକାରେ ଅବସ୍ଥାନ କରିଆସିଛନ୍ତି । ତାଙ୍କ ବାପା ଅନେକ କମ୍ପାନୀରେ କଣ୍ଟ୍ରୋଲ ସିଷ୍ଟମ ଇଞ୍ଜିନିୟର ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କ ମା ମଧ୍ୟ ଆମେରିକାର ବିଭିନ୍ନ କମ୍ପାନୀରେ କାମ କରିଛନ୍ତି।

ସୁବ୍ରମଣ୍ୟମ୍ ୨୦୦୧ରେ କେସ୍ ୱେଷ୍ଟର୍ଣ୍ଣ ରିଜର୍ଭ ୟୁନିଭରସିଟିରୁ କମ୍ପ୍ୟୁଟର ସାଇନ୍ସ ଏବଂ ଇଂରାଜୀରେ ସ୍ନାତକ ହାସଲ କରିଥିଲେ। ପରେ ସେ କଲମ୍ବିଆ ଲ’ ସ୍କୁଲରୁ ଆଇନ ଡିଗ୍ରୀ ହାସଲ କରିଥିଲେ।

Comments are closed.