ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହନ୍ ହେଲେ ‘ଷ୍ଟାରବକ୍ସ’ ସିଇଓ

ନ୍ୟୁୟର୍କ: ପୁଣି ଜଣେ ଭାରତୀୟଙ୍କୁ ଏକ ଖ୍ୟାତନାମା ବହୁରାଷ୍ଟ୍ରୀୟ କମ୍ପାନୀର ଦାୟିତ୍ବ ଦିଆଯାଇଛି । ଭାରତୀୟ ବଂଶୋଦ୍ଭବ ଲକ୍ଷ୍ମଣ ନରସିଂହନ ପ୍ରସିଦ୍ଧ ଅନ୍ତର୍ଜାତୀୟ କଫି କମ୍ପାନୀ ‘ଷ୍ଟାରବକ୍ସ’ର ପରବର୍ତ୍ତୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ ହୋଇଛନ୍ତି । ସମ୍ପ୍ରତି ସେ ବ୍ରିଟେନର ସ୍ୱାସ୍ଥ୍ୟ ଏବଂ ପୋଷଣ କମ୍ପାନୀ ‘ରେକିଟ୍ ବେନକାଇଜର’ର ସିଇଓ ଅଛନ୍ତି।

ଷ୍ଟାରବକ୍ସ ଘୋଷଣା କରିଛି ଯେ ୫୫ ବର୍ଷୀୟ ନରସିଂହନ୍ କମ୍ପାନୀର ପରବର୍ତ୍ତୀ ସିଇଓ ହେବେ ଏବଂ ଷ୍ଟାରବକ୍ସର ପରିଚାଳନା ବୋର୍ଡର ସଦସ୍ୟ ମଧ୍ୟ ହେବେ।

ଅକ୍ଟୋବର ୧, ୨୦୨୨ରୁ ନରସିଂହନ୍ କମ୍ପାନୀ ଏହାର ପରବର୍ତ୍ତୀ ସିଇଓ ଭାବରେ ଯୋଗଦେବେ ଏବଂ ମଧ୍ୟବର୍ତ୍ତୀକାଳୀନ ସିଇଓ ହାୱାର୍ଡ ସ୍କଲ୍ଟଜଙ୍କ ସହ କାର୍ଯ୍ୟ କରିବେ। ସେ ଏପ୍ରିଲ୍ ୧, ୨୦୨୩ରୁ ନିର୍ଦ୍ଦେଶକ ବୋର୍ଡରେ ଯୋଗଦେବେ |

ରେକିଟ ବେନକାଇଜର ଗୁରୁବାର ଏକ ବିବୃତ୍ତିରେ କହିଛି ଯେ ନରସିଂହନ୍ ୩୦ ସେପ୍ଟେମ୍ବର ୨୦୨୨ରେ ସିଇଓ ପଦରୁ ଇସ୍ତଫା ଦେବେ।

Comments are closed.