ଡଲାର ତୁଳନାରେ ଭାରତୀୟ ଟଙ୍କାର ତଳମୁହାଁ ଗତି ଜାରି

ନୂଆଦିଲ୍ଲୀ: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ତଳମୁହାଁ ଗତି ଜାରି ରହିଛି । ଦିନକୁ ଦିନ ଟଙ୍କା ନୂଆ ରେକର୍ଡ କରୁଛି । ଏବେ ଡଲାର ତୁଳନାରେ ଭାରତୀୟ ମୁଦ୍ରା ୮୧.୫୪ ଟଙ୍କାରେ ପହଞ୍ଚିଛି, ଯାହାକି ଟଙ୍କାର ସର୍ବନିମ୍ନ ସ୍ତର । ଭାରତୀୟ ମୁଦ୍ରା ଦୁର୍ବଳ ହୋଇ ଚାଲିଥିବା ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହାକୁ ହାଲକାରେ ନେଇଛନ୍ତି । ସୀତାରମଣ ନିକଟରେ କହିଥିଲେ ଯେ ଆମେରିକୀୟ ଡଲାର ତୁଳନାରେ ବିଶ୍ବର ଅନ୍ୟ ମୁଦ୍ରା ଅପେକ୍ଷା ଭାରତୀୟ ଟଙ୍କା ଭଲ ସ୍ଥିତିରେ ରହିଛି। ଭାରତୀୟ ମୁଦ୍ରାର ସ୍ଥିତିକୁ ନେଇ ଚିନ୍ତା ବଢିଥିବା ବେଳେ ସୀତାରମଣ କହିଛନ୍ତି ଯେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏବଂ ଅର୍ଥ ମନ୍ତ୍ରଣାଳୟ ନିରନ୍ତର ଏହା ଉପରେ ନଜର ରଖିଛନ୍ତି।

ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କା ଶୁକ୍ରବାର ୮୧ ଟଙ୍କା ପାର୍ କରି ସର୍ବନିମ୍ନ ସ୍ତରକୁ ଖସିଥିଲା। ଗତ କିଛି ମାସ ମଧ୍ୟରେ ଟଙ୍କାର ମୂଲ୍ୟରେ କ୍ରମାଗତ ହ୍ରାସ ଘଟିଛି ।

Comments are closed.