ଡଲାର ତୁଳନାରେ ଭାରତୀୟ ଟଙ୍କା ମୂଲ୍ୟରେ ରେକର୍ଡ ହ୍ରାସ

ମୁମ୍ବାଇ: ଆମେରିକୀୟ ଡଲାର ତୁଳନାରେ ସୋମବାର ଭାରତୀୟ ଟଙ୍କା ରେକର୍ଡ ସର୍ବନିମ୍ନ ସ୍ତରକୁ ଖସିଛି । ଆଉ ୩୫ ପଇସା ହ୍ରାସ ଘଟି ଭାରତୀୟ ମୁଦ୍ରା ଏବେ ଡଲାର ତୁଳନାରେ ୮୦.୧୫ ଟଙ୍କାରେ ପହଞ୍ଚିଛି ।

ବିଦେଶରେ ଆମେରିକୀୟ ମୁଦ୍ରା ଏବଂ ଅଶୋଧିତ ତୈଳ ମୂଲ୍ୟରେ ବୃଦ୍ଧି ଯୋଗୁଁ ଏହି ହ୍ରାସ ଘଟିଛି।

ଆନ୍ତଃ ବ୍ୟାଙ୍କ ବୈଦେଶିକ ମୁଦ୍ରା ବଜାରରେ ଡଲାର ତୁଳନାରେ ଭାରତୀୟ ଟଙ୍କା ୮୦.୧୦ ରେ ଖୋଲିଥିଲା। ପରେ ଏହା ପୂର୍ବ ତୁଳନାରେ ୩୧ ପଇସା ଦୁର୍ବଳ ହୋଇ ୮୦.୧୫କୁ ହ୍ରାସ ପାଇଥିଲା |

ଶୁକ୍ରବାର ଦିନ ଡଲାର ତୁଳନାରେ ୭୯.୮୪ରେ ଟଙ୍କା ବନ୍ଦ ହୋଇଥିଲା।

ଏହି ସମୟରେ ୬ଟି ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକୀୟ ଡଲାରର ସ୍ଥିତିକୁ ସୂଚାଉଥିବା ଡଲାର ସୂଚକାଙ୍କ ୦.୫୧ ପ୍ରତିଶତ ବୃଦ୍ଧି ପାଇ ୧୦୯.୩୫ରେ ପହଞ୍ଚିଛି।

ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଫେଡେରାଲ ରିଜର୍ଭ କଠୋର ଆଭିମୁଖ୍ୟ ଗ୍ରହଣ କରିବାକୁ ଘୋଷଣା କରିବା ପରେ ଡଲାର ମଜବୁତ ହୋଇଛି ବୋଲି ଫରେକ୍ସ ବ୍ୟବସାୟୀମାନେ କହିଛନ୍ତି।

ବିଶ୍ୱ ତୈଳ ବେଞ୍ଚମାର୍କ ବ୍ରେଣ୍ଟ ବ୍ୟାରେଲ ପିଛା ୦.୮୬ ପ୍ରତିଶତ ବୃଦ୍ଧି ୧୦୧.୮୬ ଡଲାରରେ ପହଞ୍ଚିଛି।

Comments are closed.