ଏସୀୟ କ୍ରୀଡ଼ା: ମହିଳା କ୍ରିକେଟରେ ଭାରତକୁ ସ୍ବର୍ଣ୍ଣ

ହାଙ୍ଗଝୋ: ଏସୀୟ କ୍ରୀଡ଼ା ମହିଳା କ୍ରିକେଟ୍ ଇଭେଣ୍ଟରେ ଭାରତ ସ୍ୱର୍ଣ୍ଣ ପଦକ ଜିତିଛି। ସୋମବାର ଖେଳାଯାଇଥିବା ଫାଇନାଲ ମ୍ୟାଚରେ ଭାରତ ଶ୍ରୀଲଙ୍କାକୁ ୧୯ ରନରେ ପରାସ୍ତ କରି ଏହି ଐତିହାସିକ ସଫଳତା ହାସଲ କରିଛି । ଏସୀୟ କ୍ରୀଡ଼ା କ୍ରିକେଟ୍ ଇଭେଣ୍ଟରେ ଏହା ଭାରତର ପ୍ରଥମ ପଦକ | ଏହାପୂର୍ବରୁ ଭାରତୀୟ କ୍ରିକେଟ୍ ଦଳ (ଉଭୟ ପୁରୁଷ ଓ ମହିଳା) ଏସୀୟ କ୍ରୀଡ଼ାର କୌଣସି ସଂସ୍କରଣରେ ଅଂଶଗ୍ରହଣ କରିନଥିଲେ।

ଭାରତୀୟ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବେଳେ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ୧୧୬ ରନ୍ ସଂଗ୍ରହ କରିଥିଲା । ଫଳରେ ଶ୍ରୀଲଙ୍କାକୁ ମିଳିଥିଲା ମାତ୍ର ୧୧୭ ରନର ଟାର୍ଗେଟ୍ । ତେବେ ଭାରତୀୟ ବୋଲରମାନେ ଏହି ସାଧାରଣ ସ୍କୋରକୁ ଡିଫେଣ୍ଡ କରଇଷଦଳ ପାଇଁ ସ୍ବର୍ଣ୍ଣ ପଦକ ନିଶ୍ଚିତ କରିଥିଲେ। ଶ୍ରୀଲଙ୍କା ୧୧୭ ରନର ବିଜୟଲକ୍ଷ୍ୟ ଜବାବରେ ୮ ୱିକେଟ୍ ହରାଇ ମାତ୍ର ୯୭ ରନ୍ କରିପାରିଥିଲା। ଭାରତ ପକ୍ଷରୁ ତିତାସ୍ ସାନ୍ଧୁ ସର୍ବାଧିକ ୩ଟି ୱିକେଟ୍ ନେଇଥିଲେ।

ବ୍ୟାଟିଂରେ ଭାରତ ତରଫରୁ ସ୍ମୃତି ମନ୍ଧାନା ସର୍ବାଧିକ ରନ୍ ସଂଗ୍ରହ କରିଥିଲେ। ଏହି ଷ୍ଟାର ବ୍ୟାଟର ୪୫ ବଲରେ ୪୬ ରନର ଇନିଂସ ଖେଳିଥିଲେ। ମନ୍ଧାନାଙ୍କ ବ୍ୟତୀତ ଜେମିମା ରଡ୍ରିଗ୍ବେଜ୍ ୪୦ ବଲରେ ୪୨ ରନ୍ କରିଥିଲେ । ଶ୍ରୀଲଙ୍କା ପକ୍ଷରୁ ଇନୋକା ରଣବୀରା, ସୁଗନ୍ଧିକା କୁମାରୀ ଏବଂ ଉଦେଶିକା ପ୍ରଭୋଦିନି ପ୍ରତ୍ୟେକ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ।

Comments are closed.